www.samajalive.in
Saturday, December 6, 2025
23.1 C
Bhubaneswar

ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ, ବନ୍ଦ ହେଲା କୋଟିଆ ନିର୍ବାଚନ

ହାଇଦ୍ରାବାଦ: ହାଇଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ। ନିର୍ବାଚନ ସ୍ଥଗିତ ଆଦେଶ ଦେଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ବନ୍ଦ ହୋଇଥିବାରୁ କୋଟିଆ ନିର୍ବାଚନ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।
ନିର୍ବାଚନ ସ୍ଥଗିତ ନେଇ ଆନ୍ଧ୍ର ପ୍ରଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

 

- Advertisement -

ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ସ୍ଥଗିତ। ଅପ୍ରିଲ୍‌ ୮ତାରିଖରେ ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା। ଅପ୍ରିଲ୍‌ ୮ରେ ଭୋଟ ଗ୍ରହଣ ହୋଇ ଅପିଲ ୧୦ରେ ଗଣତି ହେବାର ଥିଲା। ଅପ୍ରିଲ୍‌ ୮ରେ ଭୋଟ ହେବାର ଥିବାବେଳେ ଅପ୍ରିଲ୍‌ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେବାର ଥିବାରୁ ବିରୋଧ ହୋଇଥିଲା। ବିରୋଧୀଦଳ ବିଜେପି ଏବଂ ଟିଡିପି ପକ୍ଷରୁ ସରକାରୀ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏନେଇ ଆନ୍ଧ୍ର ହାଇକୋର୍ଟର ଦ୍ବାରାସ୍ଥ ହୋଇଥିଲେ ବିରୋଧୀଦଳ। ମାମଲାର ବିଚାର କରି ନିର୍ବାଚନ ସ୍ଥଗିତ ପାଇଁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ବନ୍ଦ ହୋଇଥିବାରୁ କୋଟିଆ ନିର୍ବାଚନ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories