www.samajalive.in
Saturday, December 6, 2025
23.1 C
Bhubaneswar

ଜମ୍ମୁ କାଶ୍ମୀର : ଶୋପିଆନରେ ଏନକାଉଣ୍ଟର, ସୁରକ୍ଷା ବାହିନୀ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ଶୋପିଆନ ଜିଲାର ତୁର୍କୱାଗମ ଅଞ୍ଚଳରେ ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ଶୋପିଆର ତୁର୍କୱାଗମ ଗାଁ ନିକଟ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ସଂପର୍କିତ ଖବର ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହା ପରେ ଗୁଳି ବର୍ଷା ଆରମ୍ଭ ହୋଇଯାଇଥିଲା । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ । ଆତଙ୍କବାଦୀଙ୍କ ଗୁଳିର ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ହୋଇେଥିବା ୩ ଆତଙ୍କବାଦୀ କେଉଁ ଗୋଷ୍ଠୀର ତାହା ଚିହ୍ନଟ କରାଯାଇନାହିଁ। ସେହି ଅଞ୍ଚଳରେ ଆହୁରି କିଛି ଆତଙ୍କବାଦୀ ସକ୍ରିୟ ଥିବା ସନ୍ଦେହ କରି ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି।


ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ବାରମ୍ବାର ସର୍ଚ୍ଚ ଅପରେସନ ଜାରି ରହିଛି । ଗତ ଶନିବାର ଦିନ ଜାମ୍ମୁ କାଶ୍ମୀରର ପୁଲୱାମା ଏବଂ କୁଲଗାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସୋମବାର ଜାମ୍ମୁ କାଶ୍ମୀରର ଡିଜି ଦିଲବାଗ ସିଂ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଚଳିତ ବର୍ଷ ଏପ୍ରିଲ ମାସରେ ସେନା ଓ ସୁରକ୍ଷା ବାହିନୀ ପକ୍ଷରୁ ୧୧ଟି ସର୍ଚ୍ଚ ଅପରେସନ କରାଯାଇଥିଲା । ଯେଉଁଥିରେ ୩୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ମେ ଏବଂ ଜୁନ୍ ର ପ୍ରଥମ ଦୁଇ ସପ୍ତାହରେ, ସୁରକ୍ଷା ବାହିନୀ ଦ୍ବାରା ୨୭ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories