www.samajalive.in
Saturday, December 6, 2025
17.1 C
Bhubaneswar

ହଜାର ଲିଟର ପୋଚ ନଷ୍ଟ ,୧୦ଲିଟର ଦେଶୀ ମଦ ଜବତ ,ଜଣେ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ କାଜୁ ଜଙ୍ଗଲରେ ଆଜି ଦିନ ୧୦ଟା ସମୟରେ ମଦ ପ୍ରସ୍ତୁତ ହେଉଥିବାର ଖବର ପାଇ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ସେଠାରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଏକ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୧୦ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥି ସହିତ ମଦ ପ୍ରସ୍ତୁତ ଅନେକ ସରଞ୍ଜାମ ମଧ୍ୟ ଜବତ କରାଯାଇ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ କାମଦେବ ନାୟକଙ୍କୁ ପଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବେଗୁନିଆ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ମଦ ପ୍ରସ୍ତୁତ କରାଯାଇ ବାହାର ଅଞ୍ଚଳକୁ ଚାଲାଣ କରାଯାଉଥିବାବେଳେ ଅଧିକାଂଶ ଗ୍ରାମରେ ବିକ୍ରି ହେଉଛି । ସେହିପରି ଅନ୍ୟ ଜିଲ୍ଲାରୁ ମଦ ବେପାରୀ ମାନେ ମଦ ପ୍ରସ୍ତୁତ କରି ଏ ଅଂଚଳରେ ଥିବା ବେପାରୀ ମାନଙ୍କୁ ଆଣି ବିକ୍ରି କରୁଛନ୍ତି । ଏହି ଭେଜାଲ ଦେଶୀ ମଦକୁ ଖାଇ ବହୁ ଲୋକ ସର୍ବସ୍ୱକ୍ଷନ୍ତ ହେଉଥିବାବେଳେ ଲୋକମାନେ ବିଭିନ୍ନ ରୋଗରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି । ବିଭିନ୍ନ ସ୍ଥାନରେ ମଦ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ସେଠାରେ ଚଢ଼ାଉ କରି ପୋଚଗୁଡିକ ନଷ୍ଟ କରୁଛି । ଯେଉଁଠାରେ ଅଭିଯୁକ୍ତମାନେ ଧରା ପଡୁଛନ୍ତି ସେମାନଙ୍କୁ କୋର୍ଟ ଚାଲାଣ କରୁଛି । କିନ୍ତୁ ସେମାନେ ଜାମିନରେ ଆସି ପୁନଶ୍ଚ ବ୍ୟବସାୟ ଆରମ୍ଭ କରି ଦେଉଛନ୍ତି । ଆଜି ସେହିପରି ମକ୍ଷଣିବନ୍ଧ ନିକଟସ୍ଥ ଏକଡାଳିଆ କାଜୁ ଜଙ୍ଗଲ ରେ ମଦ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ପ୍ରାୟ ଏକ ହଜାର ଲିଟର ପୋଚକୁ ଜବତ କରି ନଷ୍ଟ କରିଦେଇଥିବାବେଳେ ୧୦ଲିଟର ଦେଶୀ ମଦ ଜବତ କରିଛି । ମଦ ପ୍ରସ୍ତୁତ ବିଭିନ୍ନ ସରଞ୍ଜାମ ଯଥା ,ହାଣ୍ଡି ,ଡେକଚି ଏବଂ୫ଟି ବଡ ପ୍ଲାଷ୍ଟିକ ଡ୍ରମ ମଧ୍ୟ ଜବତ କରିଛି । ଅଭିଯୁକ୍ତ କାମଦେବ ନାୟକଙ୍କୁ ଗିରଫ କରି ତଦନ୍ତକାରୀ ଅଧିକାରୀ ଏଏସଆଇ ଶରତ କୁମାର ବେହେରା କେଶ ନଂ୧୯/୨୧ରେ କୋର୍ଟ ଚାଲାଣ କରିଛନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories