www.samajalive.in
Sunday, December 7, 2025
18.1 C
Bhubaneswar

ଥମାସ୍‍ ଓ ଉବେର କପ୍‍ ଆସନ୍ତାବର୍ଷକୁ ସ୍ଥଗିତ

ନୂଆଦିଲ୍ଲୀ : ଚଳିତବର୍ଷ ଡେନ୍‍ମାର୍କରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ବିଶ୍ୱ ଦଳଗତ ବ୍ୟାଡ୍‍ମିଣ୍ଟନ୍‍ ଚମ୍ପିଆନ୍‍ସିପ ଥମାସ୍‍ କପ୍‍ (ପୁରୁଷ) ଓ ଉବେର କପ୍‍ (ମହିଳା) ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ଥିଲା। ସାରାବିଶ୍ୱରେ କରୋନା ସଂକ୍ରମଣରେ ବୃଦ୍ଧି ଘଟି ଚାଲିଥିବା ବେଳେ କିଛି ନାମୀ ଦେଶ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଫଳରେ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ମହାସଂଘ (ବିଡବ୍ଲ୍ୟୁଏଫ୍‍) ଉଭୟ ଥମାସ୍‍ ଓ ଉବେର କପ୍‍କୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ କରିଛି। ବିଶ୍ୱର କିଛି ନାମୀ ଖେଳାଳି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ନେଇ ଚିନ୍ତାପ୍ରକଟ କରିଥିଲେ। ତେବେ ଭାରତୀୟ ବ୍ୟାଡ୍‍ମିଣ୍ଟନ୍‍ ଆସୋସିଏସନ୍‍ (ବାଇ) ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରି ସାରିଥିଲା। ସୂଚନାଯୋଗ୍ୟ, ଥମାସ୍‍ ଓ ଉବେର କପ୍‍ ଏକାଧିକ ଥର ସ୍ଥଗିତ ରହିବା ପରେ ଆସନ୍ତାମାସରୁ ଆୟୋଜନ ହେବାକୁ ସ୍ଥିର ହୋଇଥିଲା। ହେଲେ ଏହି ଟୁର୍ଣ୍ଣାମେଣ୍ଟକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ମହାସଂଘ ନିଷ୍ପତ୍ତି ନେଇଛି।
କରୋନା ଯୋଗୁଁ ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ଆଲ୍‍ଜେରିଆ ଓ ତାଇୱାନ୍‍ ସହ ଦୁଇ ଶକ୍ତିଶାଳୀ ବ୍ୟାଡ୍‍ମିଣ୍ଟନ ଦେଶ ଇଣ୍ଡୋନେସିଆ ଓ କୋରିଆ ଥମାସ୍‍ ଓ ଉବେର କପ୍‍ରୁ ଓହରି ଯାଇଥିଲେ। ଗତବର୍ଷ ଚମ୍ପିଆନ୍‍ ହୋଇଥିବା ଦୁଇ ଦେଶ ଜାପାନ ଓ ଚୀନ୍‍ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ଅନିଶ୍ଚିତ ଥିଲା। ଗତବର୍ଷର ଉବେର କପ୍‍ ଚମ୍ପିଆନ୍‍ ଜାପାନ୍‍ ଓହରିଯିବାର ବିଚାର କରୁଥିବା ବେଳେ ଗତବର୍ଷ ଥମାସ୍‍ କପ୍‍ ଜିତିଥିବା ଚୀନ୍‍ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସରକାରଙ୍କ ଅନୁମତି ଲୋଡ଼ିଥିଲେ। ପ୍ରତିଯୋଗିତାରେ ଭାଗନେବା ପାଇଁ ଖେଳାଳିଙ୍କ ନାମ ପଠାଇବାର ଶେଷ ତାରିଖ ସେପ୍ଟେମ୍ବର ୧୮ ଥିଲା। ମଙ୍ଗଳବାର ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଡେନ୍‍ମାର୍କ ବ୍ୟାଡ୍‍ମିଣ୍ଟନ୍‍ ମହାସଂଘ ସହ ଆଲୋଚନା କରି ଆମେ ଥମାସ୍‍ ଓ ଉବେର କପ୍‍କୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛୁ। ବିଶ୍ୱର କିଛି ପ୍ରମୁଖ ବ୍ୟାଡ୍‍ମିଣ୍ଟନ ଦେଶ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବାରୁ ଆମେ ଏପରି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟହେଉଛୁ। ୨୦୨୧ରେ ସମସ୍ତ ପ୍ରତିଯୋଗୀ ଦେଶଙ୍କୁ ସୁହାଇବା ଭଳି ତାରିଖରେ ଥମାସ୍‍ ଓ ଉବର କପ୍‍ ଆୟୋଜନ କରିବାକୁ ଆମେ ପ୍ରୟାସ କରିବୁ। ଥମାସ୍‍ ଓ ଉବେର କପ୍‍ ପାଇଁ ଭାରତୀୟ ଦଳ ଘୋଷଣା କରା ଯାଇଥିଲେ ହେଁ କରୋନା ସଂକ୍ରମଣ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସାଇନା ଚିନ୍ତାପ୍ରକଟ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories