www.samajalive.in
Friday, December 12, 2025
16.1 C
Bhubaneswar

କର୍କଟ ପୀଡିତାଙ୍କ ପାଇଁ ଲଣ୍ଡା ହେଲେ ମହିଳା ପୁଲିସ ଅଧିକାରୀ

ତ୍ରିପୁରା: କେରଳର ତ୍ରିପୁରାରେ ଜଣେ ବରିଷ୍ଠ ମହିଳା ପୁଲିସ ଅଧିକାରୀ କର୍କଟ ପୀଡିତାଙ୍କ ପାଇଁ ଲଣ୍ଡା ହୋଇଛନ୍ତି। କର୍କଟ ପୀଡିତାଙ୍କ କୃତ୍ରିମ କେଶ(ୱିଗ୍‌) ପାଇଁ ସେ ନିଜର ଲମ୍ବା କେଶ ଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହି ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମ ହେଉଛି ଅପର୍ଣ୍ଣା ଲବକୁମାର।

ପ୍ରଶଂସା ପାଇବା ପାଇଁ ମୁଁ କେଶ ଦାନ କରିନାହିଁ। ମହିଳାମା​ନେ ନିଜ କେଶକୁ ବହୁତ ଭଲ ପାଇଥାଆନ୍ତି। ମହିଳାମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ କେଶର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜଣେ କର୍କଟ ପୀଡିତାଙ୍କ ଦୁଃଖକୁ ଅନୁଭବ କରି ମୁଁ କେଶ ଦାନ କରିଛି। ଦୁଇ ବର୍ଷ ମଧ୍ୟରେ ମୋ ମୁଣ୍ଡରେ କେଶ ଆସି ଯାଇଥିବ ବୋଲି ଅପର୍ଣ୍ଣ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ଅପର୍ଣ୍ଣା ଜଣେ କର୍କଟ ପୀଡିତାଙ୍କୁ ଭେଟିଥିଲେ। ସେ କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିଲେ ସତ, କିନ୍ତୁ ତାଙ୍କ ମୁଣ୍ଡରେ କେଶ ନଥିଲା। ଯାହାକୁ ସେ ଅସହଜ ମନେ କରୁଥିଲେ। ତାଙ୍କର ଏଭଳି ମାନସିକତା ଦେଖି ଅପର୍ଣ୍ଣା ନିଜ କେଶ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ସେତିକି ନୁହେଁ, ଏହା ପୂର୍ବରୁ ମଧ୍ୟ ଅପର୍ଣ୍ଣା ଏକ ପରିବାରକୁ ସାହାଯ୍ୟ କରିବାକୁ ଯାଇ ନିଜର ୩ଟି କଙ୍କଣ ଦାନ କରିଥିଲେ। ତିନି ବର୍ଷ ପୂର୍ବରୁ ଯାଞ୍ଚ ପାଇଁ ଏକ ମେଡିକାଲକୁ ଯାଇଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ଯେ, ଜଣେ ରୋଗୀ ସମ୍ପର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ମଧ୍ୟ ମେଡିକାଲରୁ ଡିସଚାର୍ଜ ହୋଇ ପାରିନଥିଲେ। କାରଣ ମେଡିକାଲ ବିଲ୍ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ଏଭଳି ପରିସ୍ଥିତରେ ମେଡିକାଲ ବିଲ୍ ଭରିବା ପାଇଁ ଅପର୍ଣ୍ଣା ନିଜର ୩ଟି କଙ୍କଣ ରୋଗୀଙ୍କ ପରିବାର ଲୋକଙ୍କୁ ଦାନ କରିଥିଲେ। ଏଥିରୁ ଅପର୍ଣ୍ଣାଙ୍କ ସମାଜ ପ୍ରତି ଥିବା ସେବା ଓ ତ୍ୟାଗ ମନୋଭାବର ପରିଚୟ ମିଳେ।

କମ୍ ବୟସରେ ଅପର୍ଣ୍ଣା ନିଜ ସ୍ବାମୀଙ୍କୁ ହରାଇଥିଲେ। ସେ ଦୁଇ କନ୍ୟାରତ୍ନଙ୍କ ଜନନୀ ହୋଇଥିବା ବେଳେ ଏକଲା ସେମାନଙ୍କର ଲାଳନପାଳନ କରୁଛନ୍ତି। ଜଣେ ସ୍ନାତକୋତ୍ତର ଏବଂ ଦ୍ବିତୀୟ ଦଶମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories