www.samajalive.in
Saturday, December 6, 2025
19.1 C
Bhubaneswar

ବଡ଼ ଆକ୍ରମଣ ଟାଳିଦେଲେ ସୁହାଇ

କରାଚୀ : ସ୍ଥାନୀୟ ଚୀନ୍‍ ଦୂତାବାସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ତାରକା ସାଜିଛନ୍ତି ମହିଳା ପୁଲିସ ଅଧିକାରୀ ସୁହାଇ ଅଜିଜ ତଲପୁର। ତାଙ୍କ ଅପୂର୍ବ ବୀରତା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଚୀନ୍‍ ଦୂତାବାସ କର୍ମଚାରୀଙ୍କ ପ୍ରାଣରକ୍ଷା ହୋଇପାରିଛି। ସିନ୍ଧ୍‍ ପ୍ରଦେଶର ତାଣ୍ଡୋ ମହମ୍ମଦ ଖାଁ ଜିଲାର ଏକ ନିମ୍ନମଧ୍ୟବିତ୍ତ ପରିବାରରୁ ଆସିଥିବା ସୁହାଇ ଏକଦା ଘରୋଇ ସ୍କୁଲରେ ପାଠ ପଢ଼ିବା ଯୋଗୁଁ ରକ୍ଷଣଶୀଳ ଗ୍ରାମବାସୀଙ୍କ ଦ୍ୱାରା ଏକଘରିକିଆ ହୋଇଥିଲେ। ତାଙ୍କ ପରିବାର ଝିଅର ପାଠପଢ଼ା ପାଇଁ ବାଧ୍ୟହୋଇ ଗାଁ ଛାଡ଼ି ନିକଟସ୍ଥ ସହରୁ ଚାଲିଆସିଥିଲେ। ବାପା ଜଣେ ଲେଖକ ତଥା ରାଜନୈତିକ କର୍ମୀ ଥିଲେ। ସେଥିପାଇଁ ଝିଅକୁ ନୈତିକ ଓ ଦେଶାତ୍ମବୋଧକ ଶିକ୍ଷା ପ୍ରଦାନ କରାଇଥିଲେ। ସୁହାଇ ବାଣିଜ୍ୟରେ ସ୍ନାତକ ଶିକ୍ଷାଲାଭ କରିବା ପରେ ୨୦୧୩ରେ ଉଚ୍ଚ ପାହ୍ୟା ପୁଲିସ (ଭାରତର ଆଇପିଏସ୍‍ ତୁଲ୍ୟ) ଚାକିରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବରିଷ୍ଠ ପୁଲିସ ଅଧିକାରୀ ପଦରେ ଅବସ୍ଥାପିତ। ପ୍ରତିକୂଳ ପରିସ୍ଥିତିରେ ଅଗାକୁ ମାଡ଼ିଚାଲିଥିବା ସୁହାଇ ହେଉଛନ୍ତି ଏହି ପଦରେ ନିଯୁକ୍ତ ହେବାରେ ସେ ପ୍ରଥମ ସିନ୍ଧ୍‍ ମହିଳା। ସୁହାଇଙ୍କ ବିଚକ୍ଷଣତା ହିଁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଦେଇଛି। ସୁହାଇଙ୍କ ଦଳ ତୁରନ୍ତ ଆତଙ୍କବାଦୀଙ୍କୁ ପ୍ରତିଆକ୍ରମଣ କରିବା ସହ ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇ ଫାଟକ ବନ୍ଦ କରିଦେଇଥିଲେ। ତାଙ୍କ ନେତୃତ୍ୱାଧୀନ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କୁ ମାରିବା ସହ ସେମାନଙ୍କଠାରୁ ୯ଟି ଗ୍ରେନେଡ, ମାଗାଜିନ୍‍, ରାଇଫଲ ଓ ବିସ୍ଫୋରକ ଭଳି ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଏଗୁଡ଼ିକ ଦୂତାବାସ ନିକଟରେ ପହଞ୍ଚିବା ସମ୍ଭବ ହୋଇ ନଥିଲା। ଆତଙ୍କବାଦୀଙ୍କଠାରୁ ଖାଦ୍ୟ, ପୋଷାକ ଓ ଔଷଧ ଆଦି ଜବତ ହେବା ଘଟଣାରେ ସେମାନେ ଦୂତାବାସ ଭିତରେ ରହି ଆକ୍ରମଣ କରିବା ଯୋଜନାରେ ଥିଲେ ବୋଲି ଜଣାପଡ଼ିଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories