www.samajalive.in
Saturday, December 6, 2025
26.1 C
Bhubaneswar

ମହିଳା ଛୁଇଁଦେଲେ ବୋଲି… ଏମିତି ପ୍ରତିକ୍ରିୟା ଦେଖାଇଲେ ହେମା ମାଳିନୀ

ସମାଜ ଡିଜିଟାଲ ଡେସ୍କ: ନିକଟରେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଏକ ଭଜନ ଶୁଭାରମ୍ଭ ପାଇଁ ଇସ୍କନ ମନ୍ଦିର ଯାଇଥିଲେ। ସେଠାରେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ହେମା ମାଳିନୀଙ୍କୁ ଛୁଇଁଦେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଭିନେତ୍ରୀ। ଯାହାକୁ ନେଇ ହେମାଙ୍କୁ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ବା ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଭଜନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ହେମା ମାଳିନୀଙ୍କ ସହିତ ଅନୁପ ଜଲୋଟା ଏବଂ ନିତିନ ମୁକେଶଙ୍କ ସମେତ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ। ହେମା ଭଜନ ଗାୟକ ଅନୁପ ଜଲୋଟାଙ୍କ ସହିତ ଫଟୋ ଉଠାଉଥିଲେ। ଏହି ସମୟରେ ଧଳା ବସ୍ତ୍ର ପରିହିତା ଜଣେ ମହିଳା ହେମାଙ୍କ ସହିତ ଫଟୋ ଉଠାଇବାକୁ ଆସିଥିଲେ। ମହିଳା ଜଣକ ହେମାଙ୍କ ନିକଟକୁ ଆସି ତାଙ୍କ କାନ୍ଧ ଉପରେ ହାତ ରଖି ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ମାତ୍ର ହେମା ଏଥିରେ ବିରକ୍ତି ପ୍ରକାଶ କରି ମହିଳାଙ୍କ ହାତକୁ ହଟାଇ ଦେଇଥିଲେ। ଏହା ସହିତ ହେମା ଅସହଜ ଅନୁଭବ କରି ହାତ ନ ଲଗାଇବାକୁ ମହିଳାଙ୍କୁ କହିଥିଲେ। ଫଳରେ ମହିଳା ଜଣକ ଦୂରତା ରକ୍ଷା କରି ଫଟୋ ଉଠାଇଥିଲେ।

- Advertisement -

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଅନେକ ଲୋକ ହେମାଙ୍କୁ ସମାଲୋଚନା କରିଛନ୍ତି। ଜଣେ ଲେଖିଛନ୍ତି, ଆପଣ ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ଷ୍ଟାର ସେଲିବ୍ରିଟି ବନିଛନ୍ତି। ଜଣେ ମହିଳା ଯଦି ଆପଣଙ୍କ ସହିତ ଫଟୋ ଉଠାଇବା ସମୟରେ କାନ୍ଧରେ ହାତ ରଖିଦେଲେ, ତେବେ କ’ଣ ଅସୁବିଧା ହେଲା। ନିଜକୁ ଆପଣ କ’ଣ ଭାବୁଛନ୍ତି ?

ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ଏଭଳି ଲୋକ କେବେ ବି ତୃଣମୂଳ ସ୍ତରରୁ ଜଡ଼ିତ ନ ଥାଆନ୍ତି। କେବଳ ପରଦା ଉପରେ ନିଜକୁ ଦେଖାଇ ହୁଅନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories