www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀରେ ୪୩୬ ଡେଙ୍ଗୁ ରୋଗୀ; ପଟିଆ ଅଞ୍ଚଳରେ ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହାସତ୍ତେ୍ୱ ରାଜଧାନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ଖଣ୍ଡଗିରି ଏବଂ ଜାଗମରା ଅଞ୍ଚଳରୁ ଅଧିକ ଚିହ୍ନଟ ହେଉଥିବାବେଳେ ଏବେ ପଟିଆ ଏକ ନମ୍ବରରେ ରହିଛି ବୋଲି ଜଣାପଡିଛି। ସେହିପରି ସହିଦନଗର, ସାଲିଆସାହି ଅଞ୍ଚଳରେ ମଧ୍ୟ ଆକ୍ରାନ୍ତ ରହିଛନ୍ତି। ରାଜଧାନୀରେ ଏପର୍ଯ୍ୟନ୍ତ ପ୍ରାୟ ୧୫ହଜାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିରୁ ୪୩୬ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରେ ଏପର୍ଯ୍ୟନ୍ତ ମୋଟ ୧୯,୧୭୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୯୧୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୪୩୬ଜଣ ଚିହ୍ନଟ ହୋଇଥିବା ବେଳେ ୨୬୮ ରୋଗୀଙ୍କ କୌଣସି ତଥ୍ୟ ନାହିଁ। ସେହିପରି ଅନ୍ୟ ଜିଲାରୁ ୪୫ ଓ ଖୋର୍ଦ୍ଧା ଅଞ୍ଚଳରୁ ୧୭୦ ଚିହ୍ନଟ ହୋଇଥିବା ଜଣାପଡିଛି।

ଗତବର୍ଷ ଜୁଲାଇରେ ୫ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଜୁଲାଇରେ ୨୦୨ ଚିହ୍ନଟ ହୋଇଛନ୍ତି। ସେହିପରି ଅଗଷ୍ଟରେ ହଜାରେ ପରେ ମାମଲା ଥିବାବେଳେ ଚଳିତ ବର୍ଷ ଏହାଠାରୁ ଢେର ଗୁଣରେ କମ୍‌‌ ରହିଛି। ଅନ୍ୟପଟେ ଡେଙ୍ଗୁ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଏବଂ ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉ ଥିବାବେଳେ ମଶାଧୂଆଁ ଏବଂ ମଶାତେଲ ପକାଯାଉଛି। ସ୍ୱେଚ୍ଛାସେବୀ ଘରକୁ ଘର ଯାଇ ସଚେତନ କରିବା ସହିତ ମଶା ଉତ୍ସ ନଷ୍ଟ କରୁଛନ୍ତି। ଏବେ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ବଢାଇବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories