www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି – ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର – ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି  । ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଜୀବନ ଏବଂ ଜୀବିକା ଉଭୟକୁ ପ୍ରାଧାନ୍ୟତା ଦେଉଛନ୍ତି । ଏଥିପାଇଁ ଲକ୍ ଡାଉନ୍‌ କରାଯାଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଓମିକ୍ରନ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଛି । ମାତ୍ର ଲୋକମାନେ ସେତେ ଗୁରୁତର ହେଉ ନାହାନ୍ତି । ମାତ୍ର ଦୁଇ ପ୍ରତିଶତଙ୍କର ଅକ୍ସିଜେନ୍‌ ଏବଂ ଡାକ୍ତରଖାନାରେ ଭର୍ତ୍ତି ପାଇଁ ଦରକାର ହେଉଛି । ଏହାକୁ ଲୋକମାନେ ହାଲକାରେ ନିଅନ୍ତୁ ନାହିଁ । ସବୁ ସ୍ଥାନରେ କୋଭିଡ୍‌ ମାର୍ଗ ଦର୍ଶିକା ମାନନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

- Advertisement -

ମାସ୍କ ପିନ୍ଧିବା ଏବଂ ଅନ୍ୟ କୋଭିଡ୍‌ କଟକଣାକୁ କଡାକଡି ଭାବେ ମାନିଲେ କୋଭିଡ୍‌କୁ ପ୍ରତିହତ ହେବ । ରାଜ୍ୟ ସରକାର ଜୀବିକାର ସୁରକ୍ଷା ପାଇଁ ଲକ୍‌ଡାଉନ୍‌  କରି ନାହାନ୍ତି । ଲକ୍ଷଣ ଦେଖାଦେବା ମାତ୍ରେ ସମସ୍ତେ କୋଭିଡ୍‌ ପରୀକ୍ଷଣ କରିବା ପାଇଁ ସୂଚନା ଦେଇଛନ୍ତି ।

 

ଏବେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତୃତୀୟ ଲହର ନିୟନ୍ତ୍ରଣ ରହିଛି ବୋଲି ସେ କହିଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories