ବରଗଡ : ବକ୍ସ ଅଫିସରେ ବେଶ ଲୋକପ୍ରିୟତା ହାସଲ କରୁଛି ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା’। ଏଥିରେ ସାରଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିବା ବେଳେ ଓଡିଶାର ବରଗଡରମାଟିର ପୁଅ ଏମ୍ . ରାମକ୍ରିଷ୍ଣା ଓରଫ ଶତ୍ରୁ ମଧ୍ୟ ନିଜର କମାଲ ଦେଖାଯାଇଛନ୍ତି। ଏଥିରେ ଏମ୍ . ରାମକ୍ରିଷ୍ଣାଙ୍କ ଅଭିନୟ ଦେଖି ବିିଭିନ୍ନ ମହଲରୁ ତାଙ୍କୁ ସଭିଏଁ ବେଶ ପ୍ରଂଶସା କରିଛନ୍ତି। ଶତ୍ରୁ ପୁଷ୍ପା ଚଳଚ୍ଚିତ୍ରରେ ପୁଲିସ ଇନ୍ସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମାତ୍ର ୨୬ ଦିନରେ ବକ୍ସଅଫିସରେ କଲେକସନ ହୋଇଛି ୩ ଶହ ୨୫ କୋଟି ଟଙ୍କା।
ଏହି ଚଳଚ୍ଚିତ୍ରରେ ପୁଲିସ ଅଧିକାରୀ ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ଜଣେ ଓଡିଆ ଯୁବକ ଏମ୍ . ରାମକ୍ରିଷ୍ଣା। ବରଗଡ ଜିଲା ସଲା ଗ୍ରାମରେ ତାଙ୍କର ଘର। ନିଜର ଅଭିନୟ ଓ ଦମଦାର ଡାଇଲକ ପାଇଁ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି। ପୁଷ୍ପା ଚଳଚ୍ଚିତ୍ର ପୂର୍ବରୁ ସେ ବାହୁବଲୀ-୨ରେ ମଧ୍ୟ ଅଭିନୟ କରିଛନ୍ତି। ଆଗକୁ ଆହୁରି ଅଭିନୟ କରି ଗାଁ ପାଇଁ ଗୌରବ ଆଣିବ ବୋଲି ତାଙ୍କ ମାଆ କହିଛନ୍ତି। ଶିକ୍ଷା ସମାପ୍ତ ପରେ ଅଭିନୟ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେ ପିଲାଟି ଦିନରୁ ଚଳଚ୍ଚିତ୍ରରେ ଅଭିନୟ ପାଇଁ ରୁଚି ରଖୁଥିବା ଜଣେ ମେଧାବୀ ଛାତ୍ର ମଧ୍ୟ। ପ୍ରାୟ ୧୦ ରୁ ଅଧିକ ଚଳଚ୍ଚିତ୍ରରେ ଏମ୍ . ରାମକ୍ରିଷ୍ଣା ଅଭିନୟ କରିଛନ୍ତି।



