www.samajalive.in
Saturday, December 13, 2025
27.1 C
Bhubaneswar

ଆଲିଗଡ଼ ହତ୍ୟାକାଣ୍ଡ; ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଭାଇ ଗିରଫ

ଆଲିଗଡ଼ : ଉତ୍ତରପ୍ରଦେଶ ଆଲିଗଡ଼ର ତପ୍ପଲା ସହରରେ ଏକ ଅଢେଇ ବର୍ଷର ଶିଶୁକୁ ବର୍ବର ଭାବେ ହତ୍ୟା କରାଯିବା ମାମଲାରେ ପୁଲିସ୍‍ ଶନିବାର ମୁଖ୍ୟ ଅଭଯୁକ୍ତ ଜାହିଦର ପତ୍ନୀ ଓ ଭାଇକୁ ଗିରଫ କରିଛି। ଶୁକ୍ରବାର ପୁଲିସ୍ ଜାହିଦ ଏବଂ ତାର ସାଥି ଅସଲମକୁ ଗିରଫ କରିଥିଲା । ପୁଲିସ୍‍ କହିବା ଅନୁସାରେ ଜାହିଦ ଏବଂ ଅସଲମ ହେଉଛନ୍ତି ପେସାଦାର ଅପରାଧୀ। ଅସଲମ ନାମରେ ନିଜ ଝିଅ ସହ ଦୁଷ୍କର୍ମ, ଅପହରଣ ଭଳି ୫ଟି ମାମଲା ରହିଛି।
ସେପଟେ ମୃତ ଶିଶୁର ପରିବାର ଲୋକେ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ପାଶୀ ଦିଆନଗଲେ ସେମାନେ ସମୂହ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ପୀଡ଼ିତ ପରିବାର ଲୋକଙ୍କୁ ନ୍ୟାୟ ଦେବା ଦାବିରେ ଶୁକ୍ରବାର ସନ୍ଧ୍ୟାରେ ସହସ୍ରାଧିକ ଲୋକ ବିଭିନ୍ନ ଅଞ୍ଚଳରେ ମହମବତୀ ଶୋଭାଯାତ୍ରା କରିଥିଲେ। ଓକିଲମାନେ ଜାହିଦ ଏବଂ ଅସଲମର ମାମଲା ଲଢିବାକୁ ମନା କରିଦେଇଛନ୍ତି। ଶିଶୁର ଦାଦା ସହ ୧୦ ହଜାର ଟଙ୍କା ନେଣଦେଣ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ବ୍ୟବଚ୍ଛେଦ ରିପୋର୍ଟରୁ ଶିଶୁ ସହ ବଳାତ୍କାର ହୋଇନଥିବା କୁହାଯାଉଛି। ତେବେ ମୃତ ଶିଶୁର ବାପା ବଳାତ୍କାର ପରେ ହତ୍ୟା କରାଯାଇଥିବାର ସନ୍ଦେହ ବ୍ୟକ୍ତ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶିଶୁ ଶରୀରରେ କିଡ଼ନୀ ଏବଂ ଗୁପ୍ତାଙ୍ଗ ନାହିଁ। ତେଣୁ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସନ୍ଦେହ ବ୍ୟକ୍ତ କରାଯାଇଛି।

ପ୍ରକାଶ ଯେ ଏହି ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନାବାଳିକାର ହାତ କାଟି ଦେବା ସହ ତାହାର ଆଖିକୁ ତାଡି ଅତି ବର୍ବର ଭାବେ ହତ୍ୟା କରାଯାଇଥିଲା । ନାବାଳିକା ନିଖୋଜ ହେବା ପରେ ଘର ଲୋକ ଥାନାରେ ଅଭିଯୋଗ କରିଥିଲେ । ଟଙ୍କା ଧାର ଘଟଣାକୁ ନେଇ ଏହି ଅଭିଯୁକ୍ତମାନେ ନାବାଳିକା ଶିଶୁର ପରିବାର ଉପରେ ରାଗ ରଖିଥିଲେ । ପରେ ଶିଶୁଟିକୁ ବର୍ବର ଭାବେ ହତ୍ୟାକରି ଏକ ଡଷ୍ଟବିନ୍‌ ରେ ଫିଙ୍ଗି ଦେଇଥିଲେ । କୁକୁରମାନେ ଏକ ଶିଶୁର ଶରୀରକୁ ଝୁଣି ଖାଉଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଏହାପରେ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories