www.samajalive.in
Thursday, December 11, 2025
18.1 C
Bhubaneswar

୫ମ ଆନ୍ତର୍ଜାତିକ ଯୋଗ ଦିବସ : ରାଞ୍ଚିରେ ମୁଖ୍ୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

-ଦେଶବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ମୁଖ୍ୟ ମନ୍ତ୍ରଣାଳୟ ରହିବ ଆୟୁଷ
-ଚଳିତ ଥର ଆନ୍ତର୍ଜାତିକ ଯୋଗ ଦିବସର ଗୁରୁତ୍ୱ ହେଉଛି ହଜାରରୁ ଊର୍ଦ୍ଧ୍ବ ସ୍ଥାନରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ନେଇ ସମତାଳରେ ଯୋଗ ପ୍ରଦର୍ଶନ କରାଯିବ
-କାର୍ଯ୍ୟକ୍ରମରେ ଭାଗନେବେ ଭାରତର ପ୍ରଖ୍ୟାତ ଯୋଗଗୁରୁ

ନୂଆଦିଲ୍ଲୀ :  ଝାଡଖଣ୍ଡର ରାଞ୍ଚିରେ ଥିବା ପ୍ରଭାତ ତରାଠାରେ ଜୁନ ୨୧ ତାରିଖରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ୨୦୧୯ର ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱ ନେବେ। ଏହି ମୁଖ୍ୟ କାର୍ଯ୍ୟକ୍ରମରେ ପାଖାପାଖି ୩୦,୦୦୦ ଜନସାଧାରଣ ଯୋଗଦେବା ନେଇ ଆଶା କରାଯାଉଛି । ଜୁନ ୧୩ରେ ରାଞ୍ଚିଠାରେ ମୁଖ୍ୟ କାର୍ଯ୍ୟକ୍ରମକୁ ନେଇ ଏକ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଥିରେ କି ବିଭିନ୍ନ ଯୋଗାନୁଷ୍ଠାନ ଏବଂ ଯୋଗ ଗୁରୁଙ୍କ ବ୍ୟତୀତ ଅନେକ ପଦାଧିକାରୀ ଯୋଗଦେବେ।
ଦେଶବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ମୁଖ୍ୟ ମନ୍ତ୍ରଣାଳୟ ରହିବ । ଗତ ୪ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯୋଗ ଦିବସ ସମ୍ବନ୍ଧୀୟ ଅନେକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛି । ଚଳିତ ବର୍ଷ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଛୋଟ ବଡ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଜାତୀୟ ଗୁରୁତ୍ୱ ଦୃଷ୍ଟିରୁ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଲାଭ ପାଇବା ପାଇଁ ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ କେନ୍ଦ୍ର ଓ ରାଜ୍ୟର ସମସ୍ତ ଅଂଶୀଦାର ମନ୍ତ୍ରଣାଳୟ, ବିଭାଗ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଛି।

ଯୋଗ ଦ୍ୱାରା ଜନସାଧାରଣଙ୍କ ସର୍ବାଙ୍ଗୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ଲକ୍ଷ୍ୟ ରଖି ଆନ୍ତର୍ଜାତିକ ଯୋଗ ଦିବସ ପାଳନରେ ବହୁ ସଂଖ୍ୟାରେ ଯୋଗଦାନ ପାଇଁ, ଅଧିକାଂଶ ଅଂଶୀଦାର ମନ୍ତ୍ରଣାଳୟ ଓ ବିଭାଗ, ରାଜ୍ୟ ସରକାର ଓ ଅନ୍ୟାନ୍ୟ ଅନୁଷ୍ଠାନମାନେ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସର ପ୍ରସ୍ତୁତି ପାଇଁ ସିଆଇଆଇ, ଏଫଆଇସିସିଆଇ, ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରୀ ଆଦି ଶିଳ୍ପାନୁଷ୍ଠାନ ଏବଂ ସିବିଏସଇ, ଏନସିଇଆରଟି, ୟୁଜିସି, ଡିଏଭି ଆଦି ଶିକ୍ଷାନୁଷ୍ଠାନ ଭାବେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହିତ ସେମାନଙ୍କ କର୍ମଚାରୀ, ସଦସ୍ୟ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ଲାଭ ପାଇଁ ମନ୍ତ୍ରଣାଳୟ ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନ, ବ୍ୟବସାୟିକ ଫାର୍ମ ଏବଂ ସାଂସ୍କୃତିକ ଅନୁଷ୍ଠାନ ସମେତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗଦେବା ପାଇଁ ପ୍ରୋତ୍ସାହିତ କରୁଛି ।

- Advertisement -

ଜୁନ ୨୧ରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ଗୁରୁତ୍ୱ ହେଉଛି ହଜାରରୁ ଊର୍ଦ୍ଧ୍ବ ସ୍ଥାନରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ନେଇ ସମତାଳରେ ଯୋଗ ପ୍ରଦର୍ଶନ କରାଯିବ, ଯେଉଁଥିରେ କି ଲକ୍ଷ ଲକ୍ଷ ବ୍ୟକ୍ତି ଭାଗନେବେ । ଏହି ପ୍ରଦର୍ଶନମାନଙ୍କରେ ଭାରତର ପ୍ରଖ୍ୟାତ ଯୋଗଗୁରୁମାନେ ଭାଗନେବେ ଏବଂ ସମତାଳରେ ଏହି ଯୋଗ ପ୍ରଦର୍ଶନଗୁଡ଼ିକର ପରିଚାଳନା ପାଇଁ ଏକ ସାଧାରଣ ଆଦର୍ଶ ଯୋଗ ବିଧିର (ସିୱାଇପି) ବିକାଶ କରିବେ । ଏଥିରେ ସାମିଲ ରହିବ ୪୫ ମିନିଟ ପାଇଁ ଏକ ନିର୍ଦ୍ଧିଷ୍ଟ କ୍ରମରେ ଯୋଗାସନ। ବିଭିନ୍ନ ବୟସ ବର୍ଗର ଏବଂ ଶ୍ରେଣୀର ଜନସାଧାରଣଙ୍କୁ ଲକ୍ଷ୍ୟ ରଖି ଏହି ସାଧାରଣ ଆଦର୍ଶ ଯୋଗ ବିଧି ପ୍ରସ୍ତୁତ କରାଯାଇଛି । ଏହା ଆଶା କରାଯାଉଛି ଯେ ସାଧାରଣ ଆଦର୍ଶ ଯୋଗ ବିଧିରେ ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କର ଯୋଗ ପ୍ରତି ଆଗ୍ରହ ବୃଦ୍ଧି ପାଇବ ଏବଂ ସେମାନେ ଦୀର୍ଘସୂତ୍ରରେ ଯୋଗର ଅନୁପାଳନ ଚାଲୁ ରଖିବେ। ଆୟୁଷ
ମନ୍ତ୍ରଣାଳୟର ୱେବସାଇଟରେ ସାଧାରଣ ଆଦର୍ଶ ଯୋଗ ବିଧି ସମ୍ବନ୍ଧୀୟ ସୂଚନା ସହ ମୁକ୍ତ ଭିଡିଓ ଏବଂ ଇ-ବୁକ ଉପଲବ୍ଧ।  ବିଭିନ୍ନ ଅଂଶୀଦାର ସଙ୍ଗଠନମାନଙ୍କ ମାଧ୍ୟମରେ ମନ୍ତ୍ରଣାଳୟ ମଧ୍ୟ ଏହା ବଣ୍ଟନ କରୁଛି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories