www.samajalive.in
Friday, December 5, 2025
20.1 C
Bhubaneswar

ଏଫଡ଼ିଏ ଦ୍ୱାରା ଏହି ୯ଟି ସାନିଟାଇଜର ବ୍ୟବହାର ଉପରେ ଲାଗୁ ହୋଇଛି କଟକଣା

ବର୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରି ସାରିଛି। ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ କେତେକ ନିୟମ ଓ ଉପାୟ ରହିଛି। ଯାଦ୍ୱାରା ଏହି ଭୂତାଣୁ କବଳରୁ ନିଜକୁ ରକ୍ଷା କରି ହେବ। ଏଥିରେ ସତର୍କତା ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ। ଭୂତାଣୁ ଠାରୁ ରକ୍ଷା ପାଇବାର କେତେକ ନିୟମ ହେଉଛି, ଘରୁ ବାହାରକୁ କେବଳ ଆବଶ୍ୟକ ହେଲେ ଯିବା, ମୁହଁରେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା। ଏକ ମୁଖ୍ୟ କାର୍ଯ୍ୟ ହେଉଛି ହାତରେ ସାନିଟାଇଜର ବ୍ୟବହାର କରିବା କିମ୍ବା ସାବୁନରେ ୨୦ ସେକେଣ୍ଡ ହାତ ଧୋଇବା। ଘରୁ ବାହାରକୁ ଯିବା ସମୟରେ ହାତକୁ ସାବୁନରେ ଧୋଇବା ସମ୍ଭବ ହୋଇନଥିବାରୁ ସଭିଏଁ ସାନିଟାଇଜର ବ୍ୟବହାର କରିଥାଆନ୍ତି। ମାତ୍ର ସମସ୍ତ ସାନିଟାଇଜର ହିତକାରକ ନୁହେଁ। ଏଫଡ଼ିଏର ( Food and drug administration) ସୂଚନା ଅନୁଯାୟୀ, ୯ଟି ହ୍ୟାଣ୍ଡ ସାନିଟାଇଜର ଆପଣଙ୍କ ପାଇଁ ବିଷାକ୍ତ ସାବ୍ୟସ୍ତ ହୋଇପାରନ୍ତି। ସେହି ୯ଟି ସାନିଟାଇଜର ମେସ୍କିକୋରେ ତିଆରି ହେବା ସହ ସେଥିରେ ଅଧିକ ପରିମାଣରେ ମେଥାନୋଲ (ଜ୍ୱଳନଶୀଳ ତରଳ ହାଇଡ଼୍ରୋକାର୍ବନ) ଯାହାକି ସଭିଁଙ୍କ ପାଇଁ କ୍ଷତିକାରକ। ଜାଣନ୍ତୁ ଏହି ୯ଟି ସାନିଟାଇଜର……

  • All-Clean Hand Sanitizer
  • Esk Biochem Hand Sanitizer
  • CleanCare NoGerm Advanced Hand Sanitizer 75% Alcohol
  • Lavar 70 Gel Hand Sanitizer
  • The Good Gel Antibacterial Gel Hand Sanitizer
  • CleanCare NoGerm Advanced Hand Sanitizer 75% Alcohol
  • CleanCare NoGerm Advanced Hand Sanitizer 80% Alcohol (lot number 74589-005-03)
  • CleanCare NoGerm Advanced Hand Sanitizer 80% Alcohol (lot number 74589-003-01)
  • Saniderm Advanced Hand Sanitizer

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories