www.samajalive.in
Saturday, December 6, 2025
23.1 C
Bhubaneswar

ପୁନଃ ହେବନି ନିଟ ପରୀକ୍ଷା, ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି।  ପୁନଃ ନିଟ-ୟୁଜି ପରୀକ୍ଷା ହେବନି ବୋଲି କହିଲେ ସୁପ୍ରିମ କୋର୍ଟ। ପୁନଃ ନିଟ ପରୀକ୍ଷା କରିବାକୁ ମନାକଲେ ସୁପ୍ରିମ କୋର୍ଟ। ପୁନଃ ନିଟ ପରୀକ୍ଷା କଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ପ୍ରକାଶ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ  ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଯେ ପୁର୍ନବାର ନିଟ୍‍ ପରୀକ୍ଷା କରାଇବା ସପକ୍ଷରେ ସରକାର ନାହାଁନ୍ତି । ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଦର୍ଶାଯାଇଥିଲା। ଏଥିପାଇଁ ୨୪ଲକ୍ଷ ପରୀକ୍ଷାର୍ଥୀଙ୍କ ଉପରେ ପୁର୍ନବାର ପରୀକ୍ଷା ବୋଝ ଲଦି ଦିଆନଯାଉ ବୋଲି କୁହାଯାଇଥିଲା। ସେପଟେ ଏନଟିଏ କହିଥିଲା ଯେ ପାଟନାରେ ହୋଇଥିବା ପେପର ଲିକ୍‍ ମାମଲାରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ସହିତ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି। ଏହାବ୍ୟତୀତ ୬୧ଜଣ ଛାତ୍ର ୭୨୦ରୁ ୭୨୦ ନମ୍ବର କିପରି ପାଇଲେ ସେ ନେଇ ଉତ୍ତର ରଖିଛି। ତେବେ ପ୍ରଶ୍ନପତ୍ର ପ୍ରଘଟ ପରେ ପୁନର୍ବାର ଅନୁଷ୍ଠିତ ହୋଇଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ୟୁଜି ଫଳାଫଳ ପ୍ରକାଶ କରାଯାଇଥିଲା।

- Advertisement -

ଜୁନ ୪ ତାରିଖରେ ନିଟ୍ ରେଜଲ୍ଟ ଆସିବା ପରେ ପେପର ଲିକକୁ ନେଇ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ସାମ୍ନାକୁ ଆସିଥିଲା। ପ୍ରଥମେ ବିହାରରେ ପେପର ଲିକ୍ ହୋଇଥିବା ସୂଚନା ମିଳିଥିଲା । ଫଳାଫଳକୁ ନେଇ ମଧ୍ୟ ସନ୍ଦେହ କରାଯାଇଥିଲା। କାରଣ ଏହି ପରୀକ୍ଷାଫଳ ମୁତାବକ ୬୭ ଜଣ ଟପ୍ପର ହୋଇଥିଲେ ଓ ଅନେକ ପରୀକ୍ଷା କେନ୍ଦ୍ରରେ ଏକାଧିକ ଟପ୍ପର ଥିବା ଜଣାପଡିଥିଲା । ଏହି ପରୀକ୍ଷା କେନ୍ଦ୍ରଗୁଡିକୁ ନେଇ ସନ୍ଦେହ ଦେଖାଦେଇଥିଲା। ଏନଟିଏ ତରଫରୁ ଗ୍ରେସ ମାର୍କ ଭଳି ପଏଣ୍ଟ ଉତ୍ତର କାହାରି ହଜମ ହୋଇନଥିଲା। ଏହାପରେ ଏନଟିଏ ବିରୋଧରେ ସାରା ଦେଶରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହାକୁ ନେଇ କିଛି ପରୀକ୍ଷାର୍ଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories