ଖୋର୍ଦ୍ଧା : ଗୁରୁଜଙ୍ଗ କାଳୀ ମନ୍ଦିରରୁ ଏକ ବଡ ଧରଣର ଚୋରି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ମନ୍ଦିରରୁ ଲୁଟ୍ କରିଛନ୍ତି। ମନ୍ଦିରରୁ ୨୦ ଭରି ସୁନା ଗହଣା, ଲକ୍ଷାଧିକ ଟଙ୍କାର ବାସନ ଚୋରି ହୋଇଛି। ଦାନ ବାକ୍ସରୁ ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



