www.samajalive.in
Friday, December 12, 2025
16.1 C
Bhubaneswar

ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ମଞ୍ଚ କଳାକାର; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଜଗତସିଂହପୁର : ବାଲିକୁଦା ବ୍ଲକର ତିତିରା ପଂଚାୟତର ରାମତୋଳ ଗ୍ରାମର ଜଣେ ସୁନାମଧନ୍ୟ ମଞ୍ଚ କଳାକାର ବୈକୁଣ୍ଠ ନାଥ ସାହୁ ଦୀର୍ଘ କିଛି ଦିନ ହେବ ପକ୍ଷାଘାତ ରୋଗରେ ପୀଡିତ ହୋଇ ନିଜ ଘରେ ପଡି ରହିଛନ୍ତି । ସେ ଅତ୍ୟନ୍ତ ଦୟନୀୟ ଓ ଆର୍ଥିକ ଦୁରାବସ୍ଥା ମଧ୍ୟରେ ଗତି କରୁ ଥିବାରୁ ତାଙ୍କ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଛି । ତାଙ୍କ ପରିବାରରେ ସେ ନିଜେ ଥିଲେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ବର୍ତ୍ତମାନ ସେ ରୋଗରେ ପୀଡିତ ହୋଇଥିବାରୁ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ପଡିଛି । ତେଣୁ ତାଙ୍କର ଚିକିତ୍ସା ପାଇଁ ପ୍ରଶାସନ ଏବଂ ଅନ୍ୟ କୌଣସି ବଦାନ୍ୟ ବ୍ୟକ୍ତିମାନେ ସାହାଯ୍ୟ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

- Advertisement -

ସେ ଦୀର୍ଘ ଦିନ ଧରି ଜଣେ ମଞ୍ଚ କଳାକାର ଭାବରେ ବିଭିନ୍ନ ଯାତ୍ରା ଦଳରେ ଅଭିନୟ କରି ନିଜର ତେଲ ଲୁଣ ସଂସାରର ଗୁଜୁରାଣ ମେଣ୍ଟାଉ ଥିଲେ । ତେଣୁ ତାଙ୍କର ସରକାରୀ ଚିକିତ୍ସା ସହିତ ଆର୍ଥିକ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀମାନେ ଦାବି କରିଛନ୍ତି । ଅପରପକ୍ଷରେ ଏହି ବ୍ୟକ୍ତିଙ୍କୁ ୬୦ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି କଳାକାର ଭତ୍ତା ମିଳିନଥିବା ବେଳେ ମଧୁବାବୁ ପେନସେନ ଯୋଜନାରେ ତାଙ୍କୁ ନାମ ଅନ୍ତର୍ଭୁକ୍ତ କରାଯାଇ ନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ । ସାନ ଝିଅ ଓ ସ୍ତ୍ରୀଙ୍କ ସହିତ ଭଙ୍ଗା ଚାଳ ଘରେ ବଞ୍ଚିବା ପାଇଁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବୈକୁଣ୍ଠ । ତୁରନ୍ତ ପ୍ରଶାସନିକ ସ୍ତରରେ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନ ସାଧାରଣରେ ଦାବି ହୋଇଛି ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories