www.samajalive.in
Saturday, December 6, 2025
26.1 C
Bhubaneswar

ମଞ୍ଚ ଅଭିନେତା ବିଜୟ ମହାନ୍ତିିଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ ମଞ୍ଚ ଅଭିନେତା ବିଜୟ ମହାନ୍ତିିଙ୍କର ପରଲୋକ ହୋଇଯାଇଛି। ନିଜ ଗ୍ରାମ ମାର୍କଣ୍ଡପୁରଠାରେ ସୋମବାର ରାତିରେ ୫୭ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ସେ ମସ୍ତିସ୍କ ଓ ହୃଦରୋଗରେ ଆକ୍ରାନ୍ତ ହୋଇ ଗତ ୯ମାସ ହେଲା ଶଯ୍ୟାଶାୟୀ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ, ଦୁଇ ଝିଅ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।
ବିଜୟ ମହାନ୍ତି ରାଉରକେଲା ଟେଲିକମ ବିଭାଗରେ ଚାକିରି କରିଥିଲେ। ରାଉରକେଲାର ପ୍ରଖ୍ୟାତ ନାଟ୍ୟାନୁଷ୍ଠାନ ରଙ୍ଗମଞ୍ଚର ସେ ଆଜୀବନ ସଦସ୍ୟ ଥିଲେ। ଅନେକ ନାଟକରେ ସଫଳ ଅଭିନୟ କରି ଓଡିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନାଟକ ରସ ବିନୋଦ, ଗାଁ, ଜୀବନ ଯେମିତି, ପାର୍ଥ ଭଳି ପ୍ରାୟ ୭୦ଟି  ନାଟକରେ ନିଜର ପ୍ରତିଭା ପ୍ରଦର୍ଶନ କରି ଅନେକ ପୁରସ୍କାର ଓ ପ୍ରଶଂସା ପତ୍ର ପାଇଛନ୍ତି। ଏହାଛଡା ଅନେକ ନାଟକର ସେ ନିର୍ଦେଶନା ଦେଇଛନ୍ତି। ମଞ୍ଚନାଟକ, ରେଡିଓ ନାଟକ, ଓଡିଆ ଧାରାବାହିକ ଓ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ତାଙ୍କର ମୃତ୍ୟୁ ରାଉରକେଲା ତଥା ଓଡିଶା ମଞ୍ଚ ନାଟକ ଏକ ଅପୁରଣୀୟ କ୍ଷତି। ତାଙ୍କ ବିୟୋଗରେ ରଙ୍ଗମଞ୍ଚର ସଭାପତି ଡ. କିରଣ ମିଶ୍ର, ନାଟ୍ୟ ନିର୍ଦେଶକ କୈଳାସ ପାଣିଗ୍ରାହୀ, ସଂଗ୍ରାମ ପତି, ସୁଦେଶ ନାୟକ, ଅରବିନ୍ଦ ଜଗଦେବ, ସରୋଜ ଶଙ୍ଖୁଆ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories