www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରେମ କରି ଜେଲ ଗଲେ ଥାନା ବାବୁ

ଡେସ୍କ: ଜଗତସିଂହପୁର କୁଜଙ୍ଗ ଥାନାର ଆଇଆଇସି ତପନ ନାହାକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ ନାହାକ ଜଣଙ୍କ ସେହି ଥାନାର ଜଣେ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଫେରାର ହୋଇ ଯାଇଥିଲେ।

ପରେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କୁ ଗତକାଲି ଖୋର୍ଦ୍ଧା ନିକଟରୁ ଧରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପଚରାଉଚୁରା କରିଥିଲା। ତେବେ ପୀଡିତା ହୋମଗାର୍ଡ ଡାକ୍ତରୀ ମାଇନା ପାଇଁ ମନା କରୁଥିବାରୁ, ତଦନ୍ତ କାର୍ଯ୍ୟ ସେତେଟା ଆଗେଇ ପାରୁନଥିଲା ବୋଲି କୁହାଯାଉଥିଲା। ଅନ୍ୟପକ୍ଷରେ ଏହି ଘଟଣା ପୁଲିସ ମହକୁମାରେ ଘଟିଥିବାରୁ ବୁଝାମଣା ଜରିଆରେ ସମାଧାନ ପାଇଁ କଲି ରାତି ତମାମ ଉଦ୍ୟମ ଚାଲିଥିଲା। କିନ୍ତୁ ଆପୋଷ ବୁଝାମଣା ନ ହୋଇପାରିବାରୁ ଆଜି କୁଜଙ୍ଗର ପୂର୍ବତନ ଆଇଆଇସିଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା।

- Advertisement -

ପୁଲିସ ଡିଜି ତାଙ୍କୁ ନିଲମ୍ବିତ କରିଥିବା ବେଳେ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପରେ ଆଜି ସନ୍ଧ୍ୟାରେ ନିଲମ୍ବିତ ଆଇଆଇସିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏସ୍‌ଡିଜେଏମ୍‌ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ତାଙ୍କ ବିରୋଧରେ ପୁଲିସ ଦଫା ୬୮ ଏ, ୬୮ ବି, ୬୯ ବିଏନଏସ ଆକ୍ଟରେ ମାମଲା ରୁଜୁ କରିଥିବା ଜଣାପଡିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories