www.samajalive.in
Tuesday, December 9, 2025
16.1 C
Bhubaneswar

ଶିଶୁଙ୍କ ସାକ୍ଷ୍ୟ ଗ୍ରହଣଯୋଗ୍ୟ: ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ସାକ୍ଷ୍ୟ ଦେବାର କୌଣସି ବୟସସୀମା ନାହିଁ। ଶିଶୁମାନେ ବି ସାକ୍ଷ୍ୟ ଦେଇପାରିବେ। ବୟସ୍କମାନଙ୍କ ସାକ୍ଷ୍ୟକୁ ଯେପରି ଗ୍ରହଣ କରାଯାଉଛି ଶିଶୁମାନଙ୍କ ସାକ୍ଷ୍ୟ ବି ସେହିପରି ଗ୍ରହଣଯୋଗ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏକ ହତ୍ୟା ମାମଲାରେ ୭ ବର୍ଷର ଝିଅର ସାକ୍ଷ୍ୟକୁ ଗ୍ରହଣ କରିବା ସହିତ ଅଭିଯୁକ୍ତକୁ ଦଣ୍ଡବିଧାନ କରି ସୁପ୍ରିମକୋର୍ଟ ଏହା କହିଛନ୍ତି।

ଏକ ହତ୍ୟା ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଅଭିଯୁକ୍ତକୁ ଦୋଷମୁକ୍ତ କରିଥିଲେ। ଏହି ମାମଲାରେ ଅଭିଯୁକ୍ତର ଝିଅଙ୍କ ସାକ୍ଷ୍ୟକୁ ହାଇକୋର୍ଟ ଗ୍ରହଣ କରି ନ ଥିଲେ। ଅଭିଯୁକ୍ତ ଜଣକ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ସମୟରେ ଝିଅ ତାହାକୁ ଦେଖିଥିଲା। କିନ୍ତୁ ହାଇକୋର୍ଟ ଝିଅର ସାକ୍ଷ୍ୟକୁ ଗ୍ରହରଯୋଗ୍ୟ ନୁହେଁ ବୋଲି କହିଥିଲେ। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ବିଚାରପତି ଜେ.ବି. ପାର୍ଡିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ। ଏହା ସହିତ ୭ବର୍ଷୀୟା ଝିଅର ସାକ୍ଷ୍ୟ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

- Advertisement -

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ସାକ୍ଷ୍ୟ ଗ୍ରହଣ ଲାଗି କୌଣସି ସର୍ବନିମ୍ନ ବୟସସୀମା ସମ୍ପର୍କରେ ସାକ୍ଷ୍ୟ ଆଇନରେ ଦର୍ଶାଯାଇ ନାହିଁ। ତେଣୁ ଶିଶୁମାନଙ୍କର ସାକ୍ଷ୍ୟପ୍ରମାଣକୁ ଖାରଜ କରାଯାଇପାରିବ ନାହିଁ। କିନ୍ତୁ ମାମଲାର ବିଚାର କରୁଥିବା ବିଚାରପତି ସାକ୍ଷ୍ୟ ପ୍ରଦାନ କରୁଥିବା ଶିଶୁର ସାକ୍ଷ୍ୟପ୍ରମାଣର ବିଶ୍ଵସନୀୟତାକୁ ଆକଳନ କରିବା ଉଚିତ। ଶିଶୁକୁ କେହି ପ୍ରଲୋଭିତ କରି କିମ୍ବା ପ୍ରଭାବିତ କରି ସାକ୍ଷ୍ୟ ଦେବାକୁ ପ୍ରବର୍ତ୍ତାଇଛନ୍ତି କି ନାହିଁ ତାହା ବିଚାରପତି ଯାଞ୍ଚ କରିବା ଆବଶ୍ୟକ। ଶିଶୁ ଯାହା ସାକ୍ଷ୍ୟ ଦେଉଛି ତାହା ତା’ର ସ୍ବଇଚ୍ଛାରେ କହୁଛି କିମ୍ବା ଅନ୍ୟ କାହାର ଚାପରେ କହୁଛି ତାହାର ମୂଲ୍ୟାୟନ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories