www.samajalive.in
Tuesday, December 9, 2025
16.1 C
Bhubaneswar

ଅଜଣା ଗାଡି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତର

ବାଲିଗୁଡା :  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁର ଠାରୁ ରାୟପୁର ୫୯ ନଂ ଜାତୀୟ ରାଜପଥ କନ୍ଦିବାନ୍ଦା ବେତିଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦାଦା ମୃତ୍ୟୁ ବରଣ କରିଥିବା ବେଳେ ପୁତୁରା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ,  ଦାଦା ପୁତୁରା ଦୁହେଁ ମିଶି ଓଡି -୧୨- ଏ -୮୩୬୭ ନଂ ବାଇକ ଯୋଗେ ଶଶୁର ଘରୁ ନିଜ ଗାଁକୁ ସନ୍ଧ୍ୟାରେ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦାଦା ମୃତ ପୁତୁରା ଆହତ ହୋଇଥ‌ିବା ଜଣାପଡ଼ିଛି। ମୃତକ କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଡ଼ିମାହା ପଞ୍ଚାୟତ ଶାଙ୍କୁଶବାଲି ଗାଁର ଜୀବନ ବନ୍ଧୁ ଦିଗାଲ (୨୪) ହୋଇଥିବା ବେଳେ ଆହତ ଯୁବକ ଜଣକ ପିଣ୍ଟୁ ଦିଗାଲ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଜୀବନ ବନ୍ଧୁ ଦିଗାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେପଟେ ଆହତ ପୁତୁରା ପିଣ୍ଟୁ ଦିଗାଲ ଚିକିତ୍ସିତ ଅବସ୍ଥାରେ ଥ‌ିବାବେଳେ ଶବକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଥାନା କେସ ନଂ ୪୦/୨୫ ରେ ଏକ ମାମଲା ଋଜୁକରି ଏସଆଇ ଅଶୋକ କୁମାର ତ୍ରିପାଠୀ ଅଧିକ ତଦନ୍ତ କରୁଥିବା ବିଷୟ ଥାନା ଅଧିକାରୀ ଅଶୋକ କୁମାର ହଂସଦା ପ୍ରକାଶ  କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories