www.samajalive.in
Tuesday, December 9, 2025
16.1 C
Bhubaneswar

ଜର୍ଡାନଙ୍କ ବିଶାଳ ଶତକ, ଇଂଲଣ୍ଡକୁ ୩୨୬ ରନର ଟାର୍ଗେଟ ଦେଲା ଆଫଗାନିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିରେ ଆଫଗାନିସ୍ତାନ ଇଂଲଣ୍ଡ ପାଇଁ ୩୨୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଇବ୍ରାହିମ ଜର୍ଡାନଙ୍କ ବିଶାଳ ଶତକ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ବିନିମୟରେ ୩୨୫ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜର୍ଡାନ ସର୍ବାଧିକ ୧୭୭ ରନ(୧୪୬ ବଲ) କରିଥିବାବେଳେ ଅଧିନାୟକ ହଶମାତୁଲ୍ଲା ଶାହିଦି ଓ ମହମ୍ମଦ ନବି ୪୦ ରନ ଲେଖାଏ କରିଥିଲେ। ଅଜମତୁଲ୍ଲା ଓମାରଜାଇ ୪୧ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଏବଂ ଲିଆମ ଲିଭିଂଷ୍ଟୋନ ୨ଟି ଉଇକେଟ ଅକ୍ତିଆର କରିଥିଲେ।

ଅନ୍ୟପଟେ ୩୨୬ ରନର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି। ଦଳ ମାତ୍ର ୩୦ ରନରେ ୨ଟି ଉଇକେଟ ହରାଇଥିଲା। ୧୯ ରନରେ ପ୍ରଥମ ଉଇକେଟ ଭାବେ ଫିଲ ସଲ୍ଟ ଏବଂ ୩୦ ରନରେ ଜେମି ସ୍ମିଥ ୨ୟ ଉଇକେଟ ଭାବେ ଆଉଟ ହୋଇଥିଲେ। ୨୫ ଓଭର ଖେଳ ସୁଦ୍ଧା ଦଳ ୪ ଉଇକେଟ ହରାଇ ୧୪୯ ରନ ସଂଗ୍ରହ କରିଛି। ଆଫଗାନିସ୍ତାନ ବୋଲର ମହମ୍ମଦ ନବି ୨ଟି ଏବଂ ଓମାରଜାଇ ଓ ନୁର ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଜୋ ରୁଟ ୫୦ ରନ ଏବଂ ଜସ ବଟଲର ୭ ରନ କରି ଅପରାଜିତ ରହି ଖେଳ ଜାରି ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories