www.samajalive.in
Saturday, December 13, 2025
21.1 C
Bhubaneswar

‘ସମାଜ’ – ଏବେ ଆପଣଙ୍କ ହାତ ପାହାନ୍ତାରେ

ଡେସ୍କ: ସଂପ୍ରତି ଦେଶରେ ସୃଷ୍ଟିହୋଇଥିବା ‘କରୋନା’ ଭୂତାଣୁ (କୋଭିଡ-୧୯) ସଂକ୍ରମଣ ଜନିତ ଅଚଳାବସ୍ଥାରେ ଆମେ ସମସ୍ତେ ଭୟଭୀତ ଏବଂ ଜନସାଧାରଣଙ୍କ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ‘ସମାଜ’ ନିଜର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଦୃଷ୍ଟିରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ତା’ର ପ୍ରକାଶନ ଅବ୍ୟାହତ ରଖିଛି। ବିତରକ ବନ୍ଧୁମାନେ ବାହାରକୁ ନବାହାରି ଘରେ ରହିବାର ନିଷ୍ପତ୍ତି ନେଇ ଖବରକାଗଜ ବିତରଣ ନକରିବା ପାଇଁ ଆମକୁ ଅନୁରୋଧ କରିବା ପରେ ‘ସମାଜ’ କର୍ତ୍ତୃପକ୍ଷ ନିଜର ନୈତିକ ଦାୟିତ୍ୱ ନିର୍ବାହ ପୂର୍ବକ ପ୍ରିୟ ପାଠକ/ପାଠିକାମାନଙ୍କ ପାଖରେ ଦୈନିକ ‘ସମାଜ’ ପହଞ୍ଚାଇବା ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି।

କଟକ ଓ ଭୁବନେଶ୍ୱର ଦ୍ୱୈତ ନଗରୀର ପ୍ରିୟ ପାଠକ/ପାଠିକାମାନଙ୍କ ଚାହିଦା ଓ ଆବଶ୍ୟକତାକୁ ନଜରରେ ରଖି ଏହି ଦୁଇ ସହରର କେତେକ ବଛା ବଛା ସ୍ଥାନମାନଙ୍କରେ ମାର୍ଚ୍ଚ ୨୬ ଠାରୁ ‘ସମାଜ’ ଖବରକାଗଜ ନିଜସ୍ୱ ଉଦ୍ୟମରେ ବିକ୍ରୟ ଆରମ୍ଭ ହୋଇଛି। ସେହି ସ୍ଥାନଗୁଡିକ ହେଉଛି –

କଟକ ସହର (ସମୟ-ପ୍ରାତଃ ୫ଟାରୁ ୯ ଘଟିକା)
୧ – ବକ୍ସିବଜାର
୨ – ଷ୍ଟେସନବଜାର
୩ – ବାଦାମବାଡ଼ି
୪ – ନୂଆବଜାର
୫ – ଏସ୍‍.ସି.ବି. ମେଡ଼ିକାଲ
୬ – ଶିଶୁଭବନ
୭ – ଛତ୍ରବଜାର
୮ – କୃଷକବଜାର
୯ – ସେକ୍ଟର-୬ ମାର୍କେଟ କମ୍ପ୍ଲେକ୍ସ
୧୦ – ସେକ୍ଟର-୭ (ସିଡ଼ିଏ)
୧୧ – ସେକ୍ଟର-୯ (ସିଡ଼ିଏ)
୧୨ – ସେକ୍ଟର-୧୦ (ସିଡ଼ିଏ)
୧୩ – ବାଲୁବଜାର
୧୪ – ଲିଙ୍କରୋଡ଼
୧୫ – ଯୋବ୍ରା ଆନିକଟ୍‍

                               ଭୁବନେଶ୍ୱର ସହର (ସମୟ-ପ୍ରାତଃ ୫ଟାରୁ ୯ ଘଟିକା)
୧ – ୟୁନିଟ୍‍-୧ ମାର୍କେଟ
୨ – ୟୁନିଟ୍‍-୪ ମାର୍କେଟ
୩ – ଶହୀଦନଗର ହାଟ
୪ – ପଟିଆ ବିଗ୍‍ ବଜାର୍‍ ସମ୍ମୁଖ
୫ – ୟୁନିଟ୍‍-୮ ମାଛ ମାର୍କେଟ
୬ – ଡେଲଟାଛକ
୭ – ବିଡ଼ିଏ ମାର୍କେଟ
୮ – ରସୁଲଗଡ଼ / କୁଚିଲାଖାଇ ମାର୍କେଟ
୯ – ଖଣ୍ଡଗିରି
୧୦ – ପଳାସୁଣି ମାର୍କେଟ
୧୧ – ସାମନ୍ତରାପୁର ଛକ

ଏହାଛଡା ପାଠକ/ପାଠିକାମାନେ ଆମର ୨୪ ଘଣ୍ଟିଆ ନ୍ୟୁଜ ପୋର୍ଟାଲ ‘samajalive.in’ରେ ମଧ୍ୟ ତାଜା ଖବର ପାଇପାରିବେ। ଆମ ଫେସବୁକ ଆଇଡି ‘Samajalive In’ ଓ ଟ୍ୱିଟର ‘@samajalive’ ରେ ଏହା ଉପଲବ୍ଧ ହେଉଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories