www.samajalive.in
Sunday, December 14, 2025
23.1 C
Bhubaneswar

୧୦୦ ବିଶୋଧନାଗାର ଓ ୫୦୦ରୁ ଅଧିକ କମ୍ପାନୀଙ୍କୁ ହାତଧୂଆ ବିଶୋଧକ ପ୍ରସ୍ତୁତି ପାଇଁ ଅନୁମତି

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଘୋଷିତ ଲକଡାଉନ୍ ବେଳେ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସର୍ବବିଧ ପଦକ୍ଷେପମାନ ନେଇଛନ୍ତି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହାତଧୂଆ ବିଶୋଧକର ବହୁଳ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ୍ଦ୍ର ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲ୍ଲାପାଳମାନଙ୍କୁ ସାନିଟାଇଜର ପାଇଁ ଆବଶ୍ୟକ ଇଥାନଲ ଉପରେ କଟକଣାକୁ ଉଠାଇଦେବା ପାଇଁ ପରାମର୍ଶ ଦିଆଯାଇଛି। ବିଶୋଧନାଗାର ଓ ଚିନିକଳ, ଯେଉଁମାନେ କି ଅଧିକ ସାନିଟାଇଜର ପ୍ରସ୍ତୁତ କରିପାରିବେ ସେମାନଙ୍କୁ ଏଗୁଡିକର ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଅଧିକରୁ ଅଧିକ ସାନିଟାଇଜର ପ୍ରସ୍ତୁତି ପାଇଁ ଏହି ପ୍ରସ୍ତୁତକାରୀ ପ୍ରକଳ୍ପଗୁଡିକୁ ଅହୋରାତ୍ର କାର୍ଯ୍ୟ କରିବାକୁ କୁହାଯାଇଛି।

ଏବେସୁଦ୍ଧା ୪୫ଟି ବିଶୋଧନାଗାର ଓ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ ପାଇଁ ଅନୁମତି ଦିଆଯାଇଥିବା ବେଳେ ଆହୁରି ଅଧିକ ୫୫ଟି ବିଶୋଧନାଗାରକୁ ଦିନେ ଦୁଇଦିନ ମଧ୍ୟରେ ଏଥିପାଇଁ ଅନୁମତି ପ୍ରଦାନ କରାଯିବ। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ପ୍ରସ୍ତୁତକାରୀଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି। ସେମାନଙ୍କ ମଧ୍ୟରୁ କେତେକ ଏହାର ପ୍ରସ୍ତୁତିରେ ଲାଗିଯାଇଥିବା ବେଳେ ଆଉ କେତେକ ସପ୍ତାହକ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବାରୁ ହସ୍ପିଟାଲ ଓ ଖାଉଟିମାନଙ୍କ ପାଇଁ ପର୍ଯ୍ୟାପ୍ତ ସାନିଟାଇଜର ଉପଲବ୍ଧ ହେବ। ସାଧାରଣ ଲୋକ ଓ ହସ୍ପିଟାଲଗୁଡିକ ଯୋପରି ସୁଲଭ ମୂଲ୍ୟରେ ସାନିଟାଇଜର ପାଇପାରିବେ ସେଥିପାଇଁ ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ୨୦୦ ମିଲିଲିଟର ଯୁକ୍ତ ଏକ ବୋତଲ ସାନିଟାଇଜର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ସେହିପରି ଅଧିକ ମାତ୍ରାରେ ଉପଲବ୍ଧ ସାନିଟାଇଜର ବୋତଲର ମୂଲ୍ୟ ତାହାର ପରିମାଣ ହିସାବରେ ଧାର୍ଯ୍ୟ କରାଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories