www.samajalive.in
Saturday, December 6, 2025
26.1 C
Bhubaneswar

ଦେଶର ବିକାଶରେ ଅଣସଂଗଠିତ କ୍ଷେତ୍ର ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ମୋଦୀ

ଡେସ୍କ: ଦେଶର ବିକାଶରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶ୍ରୀ ମୋଦୀ ଟ୍ୱିଟ୍‍ କରି କହିଛନ୍ତି, ସରକାର ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାକୁ ଅହରହ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ ସମୟରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ୨୯ଟି ଶ୍ରମ ଆଇନର ସରଳୀକରଣ କରାଯାଇ ସରକାର ୪ଟି ଶ୍ରମ ସଂହିତା ଆଣିଛନ୍ତି। ୨୭ କୋଟି ଅଣସଂଗଠିତ କ୍ଷେତ୍ରର ଶ୍ରମିକ ଜାତୀୟ ସ୍ତରୀୟ ଡାଟାବେସ୍‍ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ୩୮ କୋଟି ଅଣସଂଗଠିତ କ୍ଷେତ୍ରର ଶ୍ରମିକ ସାମାଜିକ ସୁରକ୍ଷା ପାଣ୍ଠିରୁ ଉପକୃତ ହୋଇଛନ୍ତି। ‘ଏକ ଦେଶ ଏକ ରେସନ କାର୍ଡ’ ଯୋଜନା ଦ୍ୱାରା ସ୍ଥାନାନ୍ତରୀତ ଶ୍ରମିକମାନଙ୍କୁ ଖାଦ୍ୟସୁରକ୍ଷା ମିଳିଛି। ସେମାନେ ଦେଶର ଯେ କୌଣସି ସ୍ଥାନରୁ ଖାଦ୍ୟ ସାମଗ୍ରୀ ପାଇପାରୁଛନ୍ତି। ଏଥିପାଇଁ ଦେଶରେ ୫ଲକ୍ଷରୁ ଅଧିକ ରାସନ ଦୋକାନ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଅଧୀନରେ ବୁଲାବିକାଳୀମାନଙ୍କୁ ସହଜରେ ଋଣ ମିଳିପାରୁଛି। ଏପର୍ଯ୍ୟନ୍ତ ୩୦ଲକ୍ଷ ବୁଲାବିକାଳୀ ଏହି ଯୋଜନାରେ ୩ ହଜାର କୋଟିରୁ ଅଧିକ ଟଙ୍କାର ଋଣ ପାଇଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୌଶଳ ବିକାଶ ଯୋଜନା ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅଧୀନରେ ୩ ହଜାର ଟଙ୍କା ଲେଖାଏଁ ମାସିକ ପେନସନ ପ୍ରଦାନ କରାଯାଉଛି। ଏପର୍ଯ୍ୟନ୍ତ ୪୬ ଲକ୍ଷ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ସରକାର କରୋନା ସଂକ୍ରମଣ ସମୟରେ ଶ୍ରମିକମାନଙ୍କୁ ଯଥାସମ୍ଭବ ସହାୟତା କରିଛନ୍ତି। ସେହି ସମୟରେ ୪ ହଜାର ୬୨୧ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‍ ଚଳାଚଳ କରୁଥିଲା। ଶ୍ରମିକମାନଙ୍କୁ ସେତେବେଳେ ୫ କିଲୋଗ୍ରାମ୍‍ ଲେଖାଏଁ ମାଗଣା ରେସନ ଦିଆଯାଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories