www.samajalive.in
Wednesday, December 10, 2025
16.1 C
Bhubaneswar

କରେନା ଅପଡେଟ୍ : ଆରୋଗ୍ୟ ହାର ୬୩.୧୮%କୁ ବୃଦ୍ଧି, ନୂଆ ସଂକ୍ରମଣ ଓ ଆରୋଗ୍ୟରେ ​ରେକର୍ଡ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୭,୮୨,୬୦୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟ​ରେ ରେକର୍ଡ ସଂଖ୍ୟକ ୨୯,୫୫୭ ଜଣ ଆରୋଗ୍ୟ ଲାଭ କରିବା ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର
୬୩. ୧୮%କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି,ଗତ ୨୪ ଘଣ୍ଟା ମଧ୍ୟ​ରେ ଆଉ ୪୫ ହଜାର ୭୨୦ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୨, ୩୮,୬୩୫ ରହିଛି। ଦେଶର
ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୪ ଲକ୍ଷ ୨୬ ହଜାର ୧୬୭ ରହିଛି। ଗୋଟିଏ ଦିନରେ ଆଉ ୧୧୨୯ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁଘଟିବା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୯ ହଜାର ୮୬୧ରେ ପହଞ୍ଚିଛି। ତେବେ କରୋନା ମୃତ୍ୟୁହାର କ୍ରମାନ୍ୱୟରେ ହ୍ରାସ ପାଇବାରେ ଲାଗିଛି। ଦେଶରେ କରୋନା ମୃତ୍ୟୁହାର
୨.୪୧%କୁ ହ୍ରାସ ପାଇଛି।
ଅନ୍ୟପକ୍ଷ​ରେ ଗତ ୨୪ ଘଣ୍ଟା ଭିତରେ ଆଉ ୩ ଲକ୍ଷ ୫୦ହଜାର ୮୨୩ଟି ନମୁନା ପରୀକ୍ଷା କରାଯାଇଛି ବୋଲି ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି। ଦେଶରେ ଏପର୍ଯ୍ୟନ୍ତ ମୋଟ୍‍ ୧କୋଟି ୫୦ଲକ୍ଷ ୭୫ ହଜାର ୩୬୯ଟି ନମୁନାର ପରୀକ୍ଷା କରାଯାଇଛି। ଦେଶରେ ବର୍ତ୍ତମାନ ୧ହଜାର ୨୮୪ଟି ପରୀକ୍ଷାଗାରରେ କୋଭିଡ୍‍ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୮୯୫ଟି ସରକାରୀ ପରୀକ୍ଷାଗାର ଓ ୩୮୯ଟି ବେସରକାରୀ ପରୀକ୍ଷାଗାର ରହିଛି।
ତେବେ ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷ ସ୍ଥାନରେ ଥିବା ବେଳେ ତାହା ପଛକୁ ଲଦାଖ, ହରିଆଣା,ତେଲଙ୍ଗାନା ଓ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ରହିଛି। ଦିଲ୍ଲୀର ଆରୋଗ୍ୟ ହାର ୮୫. ୨୧%କୁ ବୃଦ୍ଧି ପାଇଛି। ଏହି ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ୭୩ ପ୍ରତିଶତରୁ ଉପରେ ରହିଛି। ଆଉ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର
ଆରୋଗ୍ୟ ହାର ମଧ୍ୟ ଜାତୀୟ ଆରୋଗ୍ୟ ହାରଠାରୁ ଊର୍ଦ୍ଧ୍ବରେ ରହିଛି। ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ରହିଥିବା ବେଳେ ତାହା ପଛକୁ ତାମିଲନାଡୁ, ଦିଲ୍ଲୀ ଓ ତେଲଙ୍ଗାନା ରହିଛି।
ଦେଶରେ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ନିମ୍ନରେ ରହିଛି। ମୋଟ ସଂକ୍ରମିତମାନଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଶତକଡ଼ା ୬୭.୭୪% ସଂକ୍ରମିତ ବ୍ୟକ୍ତି ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ରହିଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories