www.samajalive.in
Monday, December 15, 2025
26.1 C
Bhubaneswar

ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସରେ ଦେଶର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ : ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ସମସ୍ତ ପଞ୍ଚାୟତ ପ୍ରତିନିଧି ସରପଞ୍ଚମାନଙ୍କ ସହ  ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ ସୂଚନା ଦେଇଛନ୍ତି । ଏଥି ସହିତ ଆସନ୍ତାକାଲି ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଏବଂ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯିବ ବୋଲି  ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ ସ୍ବତନ୍ତ୍ର ପଦକ୍ଷେପ। ଯେଉଁଥିରେ ଗ୍ରାମ ପଞ୍ଚାୟତର ବିକାଶ ଯୋଜନା ପ୍ରସ୍ତୁତ ହେବ ଏବଂ କାର୍ୟ୍ୟକାରୀ କରିବା ପାଇଁ ଗ୍ରାମ ପଞ୍ଚାୟତ ସୁଯୋଗ ପାଇବେ।


ସୂଚନାଯୋଗ୍ୟ ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଉାଉନ ଜାରି ରହିଛି । ଏହାରି ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଅଲୋଚନା କରିଥିବା ବେଳେ ଆସନ୍ତାକାଲି ସରପଞ୍ଚମାନଙ୍କ ସହ ଆଲୋଚନା ବହୁ ଗୁରୁତ୍ଵ ବହନ କରୁଛି । ସରପଞ୍ଚ ମାନଙ୍କୁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି କରୋନା ମୁକାବିଲା ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ଉପଦେଶ ଦେବେ ବୋଲି ଚର୍ଚା ଦେଉଛି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories