www.samajalive.in
Saturday, December 6, 2025
19.1 C
Bhubaneswar

ସମସ୍ତଙ୍କ ସ୍ୱର ଯେତେ ଅଧିକ ସମ୍ମିଳିତ ହେବ, ତାହା ଚପାଇବା ଭାଜପା ପାଇଁ ସେତେ କଷ୍ଟକର ହେବ- ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ସଂସଦରେ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କ ପକ୍ଷରୁ ଗତିରୋଧ ଜାରି ରହିଥିବାବେଳେ ମଙ୍ଗଳବାର ଏଠାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଆବାହକତ୍ୱରେ ଏକ ପ୍ରାତଃଭୋଜ କାଳୀନ ବୈଠକ ଅନୁଷ୍ଠିତ ହୋଇଛି। ରାହୁଳଙ୍କ ଦ୍ୱାରା ଏପର୍ଯ୍ୟନ୍ତ ଆହୂତ ବୈଠକଗୁଡିକରୁ ତୃଣମୂଳ କଂଗ୍ରେସର ସାଂସଦମାନେ ଦୂରେଇ ରହୁଥିବାବେଳେ ମଙ୍ଗଳବାର ବୈଠକରେ ସେମାନେ ଉପସ୍ଥିତ ଥିଲେ। କେବଳ ଆମ ଆଦମି ପାର୍ଟି ଏହି ବୈଠକରେ ଅନୁପସ୍ଥିତ ରହିଥିଲା। ସୂଚନାଯୋଗ୍ୟ ଯେ ପେଗାସସ୍‍ ଗୋଇନ୍ଦାଗିରି ପ୍ରସଙ୍ଗକୁ ନେଇ ଏକ ମିଳିତ ରଣକୋ÷ଶଳ ପ୍ରସ୍ତୁତ କରିବାକୁ ବିରୋଧୀ ଦଳଗୁଡିକର ଏହି ବୈଠକ ଅନୁଷ୍ଠିତ ହୋଇଛି।
ସ୍ଥାନୀୟ କନଷ୍ଟିଚ୍ୟୁସନ କ୍ଲବ ପରିସରରେ ପୂର୍ବାହ୍ନ ୯.୩୦ରୁ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ସମସ୍ତ ବିରୋଧୀ ଦଳ ସାଂସଦ ଏବଂ ଗୃହରେ ଥିବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ପ୍ରକାଶ କରି ରାହୁଳ କହିଥିଲେ, ଏହି ଶକ୍ତିକୁ ଏକଜୁଟ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଲୋକଙ୍କ ସ୍ୱର ଯେତେ ଅଧିକ ମିଳିତ ଭାବରେ ପ୍ରକାଶ ପାଇବ ତାହା ସେତେ ଅଧିକ ଶକ୍ତିଶାଳୀ ହେବ ଏବଂ ଭାଜପା-ଆରଏସଏସ ତାହା ଚପାଇବା ମଧ୍ୟ ସେତିକି କଷ୍ଟକର ହୋଇପଡିବ। ବୈଠକରେ ଲୋକସଭା ଏବଂ ରାଜ୍ୟସଭାରେ ଥିବା କଂଗ୍ରେସ, ଏନସିପି, ଶିବସେନା, ଆରଜେଡି, ସମାଜବାଦୀ ପାର୍ଟି, ସିପିଆଇ(ଏମ), ସିପିଆଇ, ଆଇୟୁଏମଏଲ, ରିଭୋଲ୍ୟୁସନାରୀ ସୋସାଲିଷ୍ଟ ପାର୍ଟି, ଡିଏମକେ, କେରଳ କଂଗ୍ରେସ (ଏମ), ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାସନାଲ କନଫରେନ୍ସ, ଲୋକତାନ୍ତ୍ରିକ ଜନତା ଦଳ ଆଦିର ନେତୃବୃନ୍ଦ ଉପସ୍ଥିତ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ ସମସ୍ତ ବୈଠକକୁ ଏଡାଇ ଆସୁଥିବାବେଳେ ମଙ୍ଗଳବାର ବୈଠକରେ ଏହାର ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆମ ଆଦମି ପାର୍ଟି ଏଥିରେ ଅନୁପସ୍ଥିତ ରହିଥିଲା।
ବିରୋଧୀ ଦଳର ନେତୃବୃନ୍ଦ, ସାମ୍ବାଦିକ, ବିଚାରପତି, ସାମାଜିକ କର୍ମୀ ଏବଂ ସଂପ୍ରତି ରହିଥିବା ମନ୍ତ୍ରୀଙ୍କ ସମେତ ପ୍ରାୟ ୩୦୦ରୁ ଅଧିକ ବ୍ୟକ୍ତିବିଶେଷଙ୍କ ମୋବାଇଲ ନମ୍ବରକୁ ନେଇ ଗୋଇନ୍ଦାଗିରି କରାଯାଉଥିବା ଅଭିଯୋଗ ଆଣି ବିରୋଧୀ ଦଳଗୁଡିକ ସରକାରଙ୍କୁ ଆକ୍ଷେପ କରିଚାଲିଛନ୍ତି। ଇସ୍ରାଏଲର ପେଗାସସ୍‍ ସ୍ପାଇୱେର ଜରିଆରେ ଏହି ତଥ୍ୟ ସଂଗ୍ରହ କରାଯାଇ କେବଳ ସରକାରୀ ସଂସ୍ଥାଗୁଡିକୁ ବିକ୍ରି କରାଯାଇଥିବା ସେମାନେ ଅଭିଯୋଗ କରୁଛନ୍ତି। ସେଥିପାଇଁ ସେମାନେ ଏହା ଉପରେ ସଂସଦରେ ଆଲୋଚନା କରାଯିବାକୁ ଦାବି କରୁଛନ୍ତି। ଏହାକୁ ନେଇ ସଂସଦର ଚଳିତ ଅଧିବେଶନ କାଳରେ ଅଚଳାବସ୍ଥା ଲାଗି ରହିଛି ଏବଂ ଏହି କାରଣରୁ ରାଜକୋଷରୁ ପ୍ରାୟ ୧୩୩ କୋଟି ଟଙ୍କା କ୍ଷତି ଘଟିଲାଣି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories