www.samajalive.in
Saturday, December 6, 2025
26.1 C
Bhubaneswar

ଘରୋଇକରଣ ହେବ ସରକାରୀ ବୀମା କମ୍ପାନୀ

ନୂଆଦିଲ୍ଲୀ: ଦେଶରେ ଥିବା ରାଷ୍ଟ୍ରାୟତ୍ତ ବୀମା କମ୍ପାନୀର ଘରୋଇ କରଣ କରାଯିବ। କେନ୍ଦ୍ର କ୍ୟାବିନେଟ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ପୂର୍ବରୁ ସଂସଦରେ ୨୦୨୧-୨୨ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ସରକାର ଦେଶରେ ଗୋଟିଏ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ସହିତ ଦୁଇଟି ବ୍ୟାଙ୍କର ଘରୋଇ କରଣ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସାଧାରଣ ବୀମା ବ୍ୟବସାୟ (ଜାତୀୟକରଣ) ଆଇନରେ ସଂଶୋଧନକୁ ସୋମବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହାଦ୍ୱାରା ସରକାରୀ ନିୟନ୍ତ୍ରଣରେ ଥିବା ବୀମା କମ୍ପାନୀଗୁଡିକର ଘରୋଇକରଣ ପ୍ରକ୍ରିୟା ପାଇଁ ପଥ ପରିଷ୍କାର ହୋଇଛି। ଏହାଦ୍ୱାରା ଉକ୍ତ କମ୍ପାନୀରେ ସରକାରଙ୍କର ଆଉ ଅନ୍ୟୂନ ୫୧% ଅଂଶ ବଜାୟ ରଖିବା ଆବଶ୍ୟକ ପଡିବନାହିଁ। ଏହି ସଂଶୋଧନରେ ବୀମା କମ୍ପାନୀର ଜଣେ ସମର୍ଥ କ୍ରେତାଙ୍କୁ ତାହାର ନିୟନ୍ତ୍ରଣ ଦାୟିତ୍ୱ ହସ୍ତାନ୍ତର ବିଷୟ ମଧ୍ୟ ସ୍ଥାନ ପାଇଛି। ଅର୍ଥ ମନ୍ତ୍ରଣାଳୟ ଏହି ବୀମା ଆଇନ ସଂଶୋଧନ ପ୍ରସ୍ତାବ ସଂସଦର ଚଳିତ ଅଧିବେଶନ କାଳରେ ଆଗତ କରିବାକୁ ଆଶା ରଖିଛି। ଦେଶରେ ମୁଖ୍ୟତଃ ତିନିଟି ସାଧାରଣ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ରହିଛି। ସେଥିମଧ୍ୟରେ ନ୍ୟାସନାଲ ଇନସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ ଏବଂ ଓରିଏଣ୍ଟାଲ ଇନସ୍ୟୁରାନ୍ସ ଆଦି ଅନ୍ତର୍ଭୁକ୍ତ। କିନ୍ତୁ ଚଳିତ ବର୍ଷ ପ୍ରାରମ୍ଭରେ ସରକାରୀ ଚିନ୍ତନ ଗୋଷ୍ଠୀ ନିତି ଆୟୋଗ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଅଭିଯାନ କ୍ରମରେ ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀର ଘରୋଇକରଣ କରାଯିବାକୁ ସୁପାରିଶ କରିଥିଲେ। ୨୦୧୯-୨୦ ବଡର୍ଷରେ ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ ୧୪୮୫ କୋଟି ଟଙ୍କା କ୍ଷତି ସହିଥିଲା। କ୍ରମାଗତ ପାଞ୍ଚବର୍ଷ ଧରି ଏହା କ୍ଷତିର ସମ୍ମୁଖୀନ ହୋଇଆସୁଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories