www.samajalive.in
Saturday, December 6, 2025
26.1 C
Bhubaneswar

ଆହତଙ୍କୁ ଡାକ୍ତରଖାନା ପଠାଇ ବଦାନ୍ୟତା ଦେଖାଇଲେ ବିଧାୟକ

ନବରଙ୍ଗପୁର : ଦୁର୍ଘଟଣାରେ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ସାଙ୍ଗରେ ଡାକ୍ତରଖାନା ନେଇ ବଦାନ୍ୟତା ଦେଖାଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ବିଧାୟକଙ୍କ ମାନବିକତାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି।  ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଶାଗୁମୁଡା ବ୍ଲକର ବିଭନ୍ନ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝି ସେଗୁଡିକର ସମାଧାନ  କରି ନବରଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ତାରାଗାଁ ଛକ ନିକଟରେ ସନ୍ଧ୍ୟା ସମୟରେ ଏକ ମରୁତି ଆର୍ଟିଗା ଗାଡି ସହିତ ଗୋଟିଏ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହାତ ହୋଇଥିଲେ। ସେ ରାସ୍ତା ଦେଇ ଯାଉଥିବା ବିଧାୟକ ମନୋହରଙ୍କୁ ଦୁର୍ଘଟଣା ସମ୍ୱନ୍ଧରେ ଅବଗତ ହେବା ପରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ଦୁର୍ଘଟଣାସ୍ଥଳକୁ ଆସିଥିଲେ ବିଧାୟକ ମନୋହର। ଦୁର୍ଘଟଣା ସମ୍ବନ୍ଧରେ ୧୦୮   ଆମ୍ବୁଲାନ୍ସକୁ ଜଣାଇଥିଲେ ମନୋହର। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସେ ଗୁରୁତର ବାଇକ ଆରୋହୀଙ୍କ ଅବସ୍ଥା ଦେଖି ନିଜ ଗାଡ଼ିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ଏବଂ ସେମାନଙ୍କ ଚିକିତ୍ସା କରାଇଥିଲେ । ଦୁଇ ବାଇକ ଆରୋହୀ ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ଗ୍ରାମର କୈଳାସ ହରିଜନ ଓ ଦୀପକ ଜରିଜନ ବୋଲି ଜଣାପଡିଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories