www.samajalive.in
Saturday, December 6, 2025
16.1 C
Bhubaneswar

୧୪ ଦିନିଆ ରିଫ୍ରେସର ପାଠ୍ୟକ୍ରମ ଉଦଯାପିତ

ବୁର୍ଲା: ମାନବ ସମ୍ବଳ ବିକାଶ କେନ୍ଦ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୪ ଦିନିଆ ରିଫ୍ରେସର ପାଠ୍ୟକ୍ରମ  ଉଦଯାପିତ ହୋଇଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଏନ ନାଗାରାଜୁ ମୁଖ୍ୟ ଅତିଥି ଭାବରେ ଅନଲାଇନ ଉଦଯାପନି କାର୍ଯ୍ୟକ୍ରମରେ ଯୋଗଦାନ କରି ଉଦଜାପିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କୁଳପତି କହିଥିଲେ ଯେ, ପାଣ୍ଡେମିକ ଭଳି ବିପଦରୁ ନିଜକୁ ରକ୍ଷା କରିବା ପାଇଁ ପରିବେଶର ସୁରକ୍ଷା ପାଇଁ ଛାତ୍ରମାନଙ୍କ ମାଧ୍ୟମରେ ସମାଜକୁ ବାର୍ତା ବିସ୍ତାର କରିବାକୁ ପଡ଼ିବ ବୋଲି ଶିକ୍ଷକ ମାନଙ୍କୁ ନିବେଦନ କରିଥୀଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଶୀତାରାମ ପଟେଲ କହିଛନ୍ତି ଯେ ଆମ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ସ୍ତରରେ ଅବଜେକ୍ଟିଭ୍‍ ଡିଜାଇନ୍‍ ପାଠ୍ୟକ୍ରମ ମାଧ୍ୟମରେ ଆମେ ପରିବେଶକୁ ସୁରକ୍ଷା ଦେଇପାରିବା। ସେହିପରି ୟୁଜିସି-ଏଚ୍‍ଆର୍‍ଡିସି, ନିର୍ଦେଶକ ପ୍ରଫେସର ବୁଲୁ ମହାରଣା ଏହି କାର୍ଯ୍ୟକ୍ରମରେ ଚାଲିଥିବା ଜ୍ଞାନ ବଣ୍ଟନ କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇ ଅତିଥିଙ୍କୁ ସ୍ୱାଗତ କରିଥିଲେ ଏବଂ ପ୍ରଫେସର ସଞ୍ଜତ କୁମାର ସାହୁ ଏହି ପାଠ୍ୟକ୍ରମର ସଂଯୋଜନା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ସମୁଦାୟ ୪୩ ଶିକ୍ଷକ ଅଂଶଗ୍ରହଣ କରିଥିଲେ ଏବଂ ଆନ୍ନା ବିଶ୍ୱବିଦ୍ୟାଳୟ, ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଇଗ୍ନୋ, ଓଡିଶା ବିଜ୍ଞାନ ଏକାଡେମୀ, ଭିମସାର ଏବଂ ସୋୟା ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର କୁଳପତି, ପ୍ରଫେସର ଏବଂ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷାଦାନ ଏବଂ ତାଲିମ ସହିତ ସମୃଦ୍ଧ ହୋଇଥିଲେ। ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ, ସାମାଜିକ, ସାଂସ୍କୃତିକ, ଆଇନଗତ ତଥା ପରିବେଶ ତଥା ଏହାର ସୁରକ୍ଷା ସହ ଜଡିତ ଅନ୍ୟାନ୍ୟ ବିଷୟ ତଥା ଆହ୍ୱାନ ଉପରେ ଜ୍ଞାନ ଆହରଣ କରିବାରେ ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ଏହି ପାଠ୍ୟକ୍ରମ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

- Advertisement -

 

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories