www.samajalive.in
Saturday, December 13, 2025
26.1 C
Bhubaneswar

ବିମାନବନ୍ଦର ପ୍ରତିଷ୍ଠା ଭେଳିକି : ଗ୍ରୀନଫିଲ୍‍ଡ ଯୋଜନା ହାତରୁ ଖସିବ !

ବ୍ରହ୍ମପୁର :ବ୍ରହ୍ମପୁର ସହରରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଦାବି ହେଉଥିବାବେଳେ ଗଞ୍ଜାମ ଜିଲାରେ ରହିଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ ଦିନ ଗଡିବାରେ ଲାଗିଛି। ଏୟାରଷ୍ଟ୍ରିପ ସମ୍ପ୍ରସାରଣ ଯୋଜନା ଆରମ୍ଭ ହୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବାବେଳେ ଏଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ କାହାରି ଆନ୍ତରିକତା ନଥିବା ଲକ୍ଷ୍ୟ କରାଯାଉଛି। ବିମାନବନ୍ଦର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରୀନଫିଲଡ ବିମାନବନ୍ଦର ଯୋଜନାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ପକ୍ଷରୁ ଏୟାରପୋର୍ଟ ଅଥରିଟି କର୍ତ୍ତୃପକ୍ଷଙ୍କ ପାଖକୁ ଯାଇନଥିବା ସୂଚନା ମିଳିଛି।

ରାଉରକେଲା, ଝାରସୁଗୁଡ଼ା ବିମାନବନ୍ଦର ଉଡାନ ଯୋଜନାରେ ସାମିଲ ହେବା ସହିତ ସେଠାରୁ ବିମାନ ସେବା ଆରମ୍ଭ ହୋଇଥିବାବେଳେ ବ୍ରହ୍ମପୁରରୁ ବିମାନ ସେବା ଏକ ପ୍ରକାର ମରୀଚିକା ଭଳି ହୋଇଛି। ସହର ଉପକଣ୍ଠରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ରହିଥିଲେ ସୁଦ୍ଧା ଏୟାରଷ୍ଟ୍ରିପର ସମ୍ପ୍ରସାରଣ ଦୀର୍ଘ ୫ ଧରି ଅଟକି ରହିଛି। ଏୟାରଷ୍ଟ୍ରିପର ରନୱେ ୮୯୫ ମିଟର ଥିବାବେଳେ ଏହାକୁ ସମ୍ପ୍ରସାରଣ କରି କ୍ଷୁଦ୍ର ବିମାନ ଚଳାଚଳ କରିବାକୁ ଦୀର୍ଘ ଦିନ ହେଲା ଯୋଜନା ହେଉଥିଲେ ସୁଦ୍ଧା ତାହା ସଫଳ ହୋଇପାରିନାହିଁ। ରନୱେ ଲମ୍ବ ବୃଦ୍ଧି ଯୋଜନା ହେଉଥିବାବେଳେ ଏକାଧିକ ପ୍ରସ୍ତାବ ସହ ବାରମ୍ବାର ଡିପିଆର୍‍ ପରିବର୍ତ୍ତନ ଯୋଗୁ ସମ୍ପ୍ରସାରଣ ବିଳମ୍ବିତ ହେଉଛି। ରନୱେ ଲମ୍ବ ଏବେ ୧୫୦୦ ମିଟର କରିବାକୁ ଚୂଡ଼ାନ୍ତ ହୋଇ ସମ୍ପ୍ରସାରଣ ଯୋଜନା ଚାଲିଥିବାବେଳେ ଜମି ଅଧିଗ୍ରହଣ ବିଳମ୍ବିତ ହେବାରେ ଲାଗିଛି। ତେବେ ଏୟାରଷ୍ଟ୍ରିପ ସମ୍ପ୍ରସାରଣ ଯୋଜନା ଚାଲିଥିବାବେଳେ ଓଡ଼ିଶା ସରକାର ଏକାଧିକ କେନ୍ଦ୍ରୀୟ ଯୋଜନାକୁ ହାତଛଡ଼ା କରୁଥିବା ଲକ୍ଷ୍ୟ କରାଯାଉଛି।

- Advertisement -

ପୂର୍ବରୁ କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଉଡ଼ାନ(ଉଡ଼େ ଦେଶ କି ଆମ ନାଗରିକ)ରେ କ୍ଷୁଦ୍ର ସହରରେ ବିମାନମନ୍ଦର ପ୍ରତିଷ୍ଠା କରିବା ବ୍ୟବସ୍ଥା ରହିଥିଲେ ସୁଦ୍ଧା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ପାଇଁ ଯୋଜନାର ପ୍ରଥମ,ଦ୍ୱିତୀୟ,ତୃତୀୟ ରାଉଣ୍ଡରେ ମଧ୍ୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ କେହି ଆବେଦନ ହୋଇନଥିଲା। ବିଶେଷକରି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଛୋଟ ବିମାନ ଅବତରଣ କରିପାରିବ ବୋଲି ଭାରତୀୟ ବିମାନବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ କହୁଥିଲେ ସୁଦ୍ଧା ଏହାକୁ ବିମାନବନ୍ଦର କରିବାରେ ବିଶେଷ ଧ୍ୟାନ ଦିଆଯାଉନଥିବା ସ୍ପଷ୍ଟ ହୋଇଯାଇଛି। ଉଡ଼ାନ ଯୋଜନା ହାତଛଡ଼ା କରିବା ପରେ ଏବେ ଆଉ ଏକ କେନ୍ଦ୍ରୀୟ ଯୋଜନା ମଧ୍ୟ ହାତରୁ ଚାଲିଯିବା ଆଶ୍‍ଙ୍କା ପ୍ରକାଶ ପାଇଛି।

ଏୟାରପୋର୍ଟ ଅଥରିଟି ପକ୍ଷରୁ ବ୍ରହ୍ମପୁରର ରାମପ୍ରସାଦ ତ୍ରିପାଠୀଙ୍କ ନିକଟକୁ ଲେଖାଯାଇଥିବା ଏକ ପତ୍ର ବିମାନବନ୍ଦର ପ୍ରତିଷ୍ଠା କ୍ଷେତ୍ରରେ ସରକାର ଉଦାସୀନତା ସ୍ପଷ୍ଟ ଲକ୍ଷ୍ୟ କରାଯାଇଛି। କେନ୍ଦ୍ର ସରକାର ଗ୍ରୀନଫିଲଡ ବିମାନବନ୍ଦର ଯୋଜନାରେ ବିଭିନ୍ନ ସ୍ଥାନରେ ନୂତନ ଏୟାରପୋର୍ଟ ପ୍ରତିଷ୍ଠା ସୁୂଯୋଗ ହେଉଛନ୍ତି। ଏହି ଯୋଜନାରେ ସାମିଲ ହେବାକୁ ହେଲେ ପ୍ରଥମେ ଏକ ସ୍ଥାନ ଚିହ୍ନଟ କରାଯିବା ସହିତ ଏୟାରପୋର୍ଟ ନିମନ୍ତେ ଫିଜିବିଲିଟି ଷ୍ଟଡି କରାଯିବା ପର୍ଯ୍ୟାୟ ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ନିମନ୍ତେ କୌଣସି ପ୍ରକାର ଫିଜିବିଲିଟି ଷ୍ଟଡି କିମ୍ବା ଆବେଦନ ହୋଇନଥିବା ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ଗତ ଏପ୍ରିଲ ମାସରେ ଦିଆଯାଇଥିବା ପତ୍ରରେ କୁହାଯାଉଛି।

ଫିଜିବିଲିଟି ଅନୁଧ୍ୟାନ ହୋଇନଥିବାରୁ ବିମାନବନ୍ଦର ପ୍ରତିଷ୍ଠା କେବେ ହେବ ତାହା କହିବା ମୁସ୍କିଲ। ଏହି ସବୁ ବିଷୟ ଅନୁଧ୍ୟାନ କଲେ ଉଡ଼ାନ ଯୋଜନା ଭଳି ଗ୍ରୀନଫିଲଡ ଯୋଜନା ମଧ୍ୟ ହାତରୁ ଚାଲିଯିବା ଆଶଙ୍କା ପ୍ରକାଶ ପାଇଛି।ତେଣୁ ବ୍ରହ୍ମପୁରରେ ଏୟାରପୋର୍ଟ ପ୍ରତିଷ୍ଠା କେବଳ ଏକ ମରୀଚିକା ହୋଇ ରହିଯିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ସମ୍ପ୍ରସାରଣ ମଧ୍ୟ ବିଳମ୍ବିତ ହେବାରେ ଲାଗିଛି। ଏୟାରଷ୍ଟ୍ରିପ ରନୱେକୁ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି। ଜମି ଅଧିଗ୍ରହଣ ସ୍ଥିତି ସମ୍ପର୍କରେ ପୂର୍ତ୍ତ ବିଭଗ ନିର୍ବାହୀ ଯନ୍ତ୍ରୀ-୨ ତପନ ପାଣିଗ୍ରାହୀଙ୍କୁ ପଚାରାଯିବାରୁ ସେ କହିଥିଲେ ଯେ, ୨୬ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଚାଲିଛି। କରୋନା ପାଇଁ କିଛିଟା ବିଳମ୍ବ ହୋଇଛି। ଅଲ୍‍ଲାଇନରେ ଜମି ଅଧିଗ୍ରହଣ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ମାସେ ଭିତରେ ଏହା ଶେଷ ସରିବା ଆଶା ରହିଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories