www.samajalive.in
Thursday, December 11, 2025
16.1 C
Bhubaneswar

କରୋନାରୁ ସୁସ୍ଥ ହେଲେ ଚେନ୍ନଇ ସୁପର କିଙ୍ଗସ୍‌ର ଦ୍ରୁତ ବୋଲର ଦୀପକ ଚହର

ଦୁବାଇ : ଆଇପିଏଲ୍‌ ପୁର୍ବରୁ ଚେନ୍ନଇ ସୁପର କିଙ୍ଗସ୍‌ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ଆସିଛି। କରୋନା ଆକ୍ରାନ୍ତଙ୍କ ହୋଇ ଟିମ୍‌ଠୁ ଦୂରରେ ଥିବା ଚେନ୍ନଇ ସୁପର କିଙ୍ଗସ୍‌ର ଦ୍ରୁତ ବୋଲର ଦୀପକ ଚହର କରୋନାରୁ ସୁସ୍ଥ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇ ଏକ ହୋଟେଲରେ ୧୪ ଦିନ ହେବ କ୍ବାରେଣ୍ଟାଇନରେ ରହିଥିଲେ ଚେନ୍ନଇ ସୁପର କିଙ୍ଗସ୍‌ର ଦ୍ରୁତ ବୋଲର ଦୀପକ ଚହର। ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଥିବା ଜଣାପଡିଛି। ତାଙ୍କର ଦୁଇ ଥର କରୋନା ଟେଷ୍ଟ କରାଯାଇଥିବା ବେଳେ ସେ କରୋନା ନେଗେଟିଭ୍ ଥିବା ଜଣାପଡିଛି।

ଚହର ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଥିବା ସିଏସକେ ସିଇଓ କେ.ଏସ୍ ବିଶ୍ୱନାଥନ୍ ବୁଧବାର ଖବର ସରବରାହ ସଂସ୍ଥା ‘ପିଟିଆଇ’ କୁ ସୂଚନା ଦେଇଛନ୍ତି। ସିଏସକେ ସିଇଓ କେ.ଏସ୍ ବିଶ୍ୱନାଥନ୍ କହିଛନ୍ତି ଯେ ଚହର ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କର ଦୁଇ ଥର କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ସେ ନେଗେଟିଭ୍ ଥିବା ଜଣାପଡିଛି। କିନ୍ତୁ ବିସିସିଆଇ ପ୍ରୋଟୋକଲ ଅନୁଯାୟୀ ସେ ବର୍ତ୍ତମାନ ହୃଦ୍‌ରୋଗ ପରୀକ୍ଷା କରିବେ, ଯାହା ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବାର ଆଉ ଏକ ପ୍ରମାଣ ଦେବ। ଏହାପରେ ମଧ୍ୟ ତାଙ୍କର ପୁଣି ଗୋଟେ ଥର କରୋନା ଟେଷ୍ଟ କରାଯିବ । ଯଦି ଶେଷ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ତେବେ ସେ  ପ୍ରାଷ୍ଟିସ ପାଇଁ ଦଳ ସହ ଯୋଗ ଦେଇପାରିବେ ।

- Advertisement -

ସୂଚନାଯୋଗ୍ୟ ଚେନ୍ନଇ ସୁପର କିଙ୍ଗସ୍ ଖେଳାଳିମାନେ ଦୁବାଇରେ ପହଞ୍ଚିବା ପରେ ସେଠାରେ ଦୁଇ ଜଣ ଖେଳାଳିଙ୍କ ସମେତ ୧୩ ଜଣ ସଦସ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଥିଲା। ଏହାପରେ ଚେନ୍ନଇ ସୁପର କିଙ୍ଗସ୍ ଖେଳାଳିମାନେ ପ୍ରାଷ୍ଟିସ ପାଇଁ ପଡିଆକୁ ଓହ୍ଲାଇବା ବଦଳରେ କ୍ବାରେଣ୍ଟାଇନରେ ରହିଥିଲେ। ଆଇପିଏଲରେ ଭାଗ ନେଉଥିବା ଅବଶିଷ୍ଟ ଦଳ ଅଗଷ୍ଟ ମାସର ଶେଷ ସପ୍ତାହରେ ପ୍ରାଷ୍ଟିସ ଆରମ୍ଭ କରିଥିବାବେଳେ ଚେନ୍ନଇ ସୁପର କିଙ୍ଗସ ସେପ୍ଟେମ୍ବରର ପ୍ରଥମ ସପ୍ତାହରେ ପ୍ରାଷ୍ଟିସ ପାଇଁ ପଡିଆକୁ ଓହ୍ଲାଇଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories