www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରକୃତିର ଦାନ କିସ୍‌ମିସ

ହାତପାଆନ୍ତାରେ ମିଳୁଥିବା କିସ୍‌ମିସ କେବଳ ଖାଦ୍ୟର ସ୍ବାଦ ବଢାଇବା ଲାଗି ବ୍ୟବହାର କରାଯାଏ ନାହିଁ, ଏହାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଖୁବ୍‌ ଆଶ୍ଚର୍ଯ୍ୟଜନକ।

-ଯଦି ଏସିଡିଟି, କୋଷ୍ଠକାଠିନ୍ୟ ପରି ସମସ୍ୟାରେ ପୀଡିତ ଥା’ନ୍ତି ଏବଂ କ୍ଳାନ୍ତି ଲାଗୁଥାଏ, କିସ୍‌ମିସ ଖାଇବା ଦ୍ବାରା ଉପକାର ମିଳିବ।
– ନିୟମିତ କିସ୍‌ମିସ ଖାଇବାର ଅଭ୍ୟାସ ରକ୍ତହୀନତା ଦୂର କରିପାରେ।
-କିସ୍‌ମିସକୁ ପାଣିରେ ଭିଜାଇ କିଛିଦିନ ଖାଇଲେ ଉଚ୍ଚ ରକ୍ତଚାପରୁ ମଧ୍ୟ ଉପଶମ ମିଳିଥାଏ।
– କିସ୍‌ମିସ ଭିଜା ପାଣି ପିଇବା ଯକୃତ ପାଇଁ ଉପକାରୀ।
– ଓଜନ ବଢାଇବାକୁ ଚାହୁଁଥିଲେ କିସ୍‌ମିସ ଖାଇବା ଭଲ। ଏଥିରେ ଥିବା ଫ୍ରୁକ୍ଟୋଜ୍‌ ଓଜନ ବଢାଇବାରେ ସହାୟକ ହୋଇଥାଏ।
– କିସ୍‌ମିସରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଦୃଷ୍ଟିଶକ୍ତି ସୁସ୍ଥ ରଖିଥାଏ। ଏଥିରେ ଥିବା କ୍ୟାଟେଚିନ୍‌ ମଧ୍ୟ କର୍କଟ ରୋଗର ପ୍ରତିରୋଧ କରିଥାଏ।
– ଅସ୍ଥି ମଜଭୁତ୍‌ ରଖିବାର ଗୁଣ କିସ୍‌ମିସରେ ରହିଛି। ଗଣ୍ଠି ଯନ୍ତ୍ରଣା ଭୋଗୁଥିଲେ କିସ୍‌ମିସ ଖାଇବା ଦ୍ବାରା ଉପକାର ମିଳିପାରିବ।
– କିସ୍‌ମିସରେ ଥିବା ଭିଟାମିନ୍‌, ଖଣିଜଲବଣ, ପଲିଫିନଲ ଆଦି ପୋଷକ ତତ୍ତ୍ବ ରୋଗପ୍ରତିରୋଧକ ଶକ୍ତି ବଢାଏ ଏବଂ ଏଥିରେ ଥିବା ଲୌହ ନିଦ୍ରାହୀନତା ସମସ୍ୟା ଦୂର କରେ। n

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories