www.samajalive.in
Friday, December 12, 2025
15.1 C
Bhubaneswar

କଇଁମୁଣ୍ଡି ବାଘରାଖୋଲ ଓ ଦେଉଳିଆ ପାହାଡରେ ନିଆଁ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ ଡମପଡା-ଚନ୍ଦକା ଅଭୟାରଣ୍ୟ ପାଦ ଦେଶରେ କଇଁମୁଣ୍ଡି ଗ୍ରାମ ନିକଟସ୍ଥ ବାଘରାଖୋଲ ଓ ଦେଉଳିଆ ପାହାଡରେ ସୋମବାର ରାତ୍ରିରୁ ନିଆଁ ଜଳୁଛି। ଦୀର୍ଘ ୧୦ବର୍ଷ ପରେ ଏହି ପାହାଡ ଓ ଜଙ୍ଗଲ ଅଂଚଳରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଅଂଚଳବାସୀ କହିଛନ୍ତି। ଗ୍ରାମବାସୀଙ୍କ ଠାରୁ ଖବର ପାଇ ମଙ୍ଗଳବାର ଦିନ ସକାଳେ ଡମପଡା ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି। ଜନପଦ ଠାରୁ ଦୂରରେ ଏବଂ ପାହାଡର ତୀକ୍ଷ୍ନରେ ଅଗ୍ନିକାଣ୍ଡ ଲାଗିଥିବାରୁ ଅଗ୍ନିଶମ ବିଭାଗ ବା ବନ କର୍ମଚାରୀ ଯିବା ପାଇଁ ଜଟିଳ ସମସ୍ୟା ହେତୁ ନିଆଁକୁ ଆୟତ୍ତ କରିବାକୁ ସମସ୍ୟା ସୃଷ୍ଟି ହୋଇଛି। ଖବର ପାଇ ଡମପଡା ଅଗ୍ନିଶମ ବିଭାଗ ସହିତ ଆଠଗଡ ଅଗ୍ନିଶମ, ବାରଙ୍ଗ ଅଗ୍ନିଶମ ଏବଂ କଟକରୁ ଷ୍ଟାଇକିଂ ଫୋର୍ସ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଡେପୁଟି ଫାୟାର ଅଫିସର ଟି.କେ ବାବୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଡମପଡା ତହସିଲଦାର ଖିତିଶ କୁମାର ବେହେରା କଇଁମୁଣ୍ଡି ଗ୍ରାମକୁ ଯାଇ ଉପସ୍ଥିତ ଅଗ୍ନିଶମ ଅଧିକାରୀ ଓ ଷ୍ଟାଇକିଂ ଫୋର୍ସ ସହ ଆଲୋଚନା କରିଛନ୍ତି। ସନ୍ଧ୍ୟା ସୁଧା ବାଘରାଖୋଲ ପାହାଡର ଅଗ୍ନିକୁ ଆୟତ୍ତ କରାଯାଇଥିବା ସମ୍ପର୍କରେ ଡମପଡା ଆଗ୍ନିକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ଦେଉଳିଆ ପାହାଡ ଅଗ୍ନିକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ସେପଟେ ଅଗ୍ନିର ପ୍ରଭାବ ସ୍ଥାନୀୟ ଚାରେଘେରିଆ ଗ୍ରମ ଉପରେ ପଡିପାରେ ବୋଲି ଗ୍ରାମବାସୀମାନେ ଆତଙ୍କିତ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ଦେଉଳିଆ ପାହାଡ ଓ ବାଘରାଖୋଲ ଅଞ୍ଚଳରେ ଜଙ୍ଗଲି ଜନ୍ତୁ ବାରହା, ମିରିଗ, ହରିଣ, କୁଟୁରା ଏବଂ ମୟୂର ପୋକ୍ଷୀ ମାନେ ବହୁ ପରିମାଣରେ ଥିବା ହେତୁ ସେମାନେ ପ୍ରଭାବିତ ହୋଇଥାଇପାରନ୍ତି ବୋଲି ସ୍ଥାନୀୟ ପରିବେଶ ପ୍ରେମୀ ମାନେ ଆଶଙ୍କା କରିଛନ୍ତି। ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବାର ସଠିକ କାରଣ ସମ୍ପର୍କରେ କିଛି ଜଣାପଡିନାହିଁ। ଭଗିପୁର ବନାଞ୍ଚଳ ସେକ୍ସନ ଫରେଷ୍ଟର ଓ ବନ କର୍ମଚାରୀ ମାନେ ଉପସ୍ଥିତ ରହିଛନ୍ତି। ଆଗ୍ନିକ ରଞ୍ଜନ କୁମାର ବେହେରା,ପ୍ରଶାନ୍ତ ବିଶ୍ୱାଳନ ଏବଂ ଡମପଡାଗଡର ୨ଦମକଳ ବାହିନୀର କର୍ମଚାରୀଙ୍କ ସମେତ ବାରଙ୍ଗ ଓ ଆଠଗଡର ଗୋଟିଏ ଗୋଟିଏ ଆଗ୍ନିକ ଟିମ୍ ନିୟୋଜିତ ହୋଇଛନ୍ତି। ଡମପଡା ରେଞ୍ଜର,ଫରେଷ୍ଟର ଓ ବନ କର୍ମଚାରୀ ମାନେ ଏଦିଗରେ ଦୃଷ୍ଟି ରଖିଥିବା ଜଣାପଡିଛି। ଆଜି ମଧ୍ୟ ଡମପଡା ଅଭୟାରଣ୍ୟ ଭିତରେ କିଛି କିଛି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିୁଲେ ମଧ୍ୟ ବନ କର୍ମଚାରୀମାନେ ସମ୍ବଳରେ ନିଆଁକୁ ଆୟତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories