www.samajalive.in
Thursday, December 11, 2025
15.1 C
Bhubaneswar

ରାଜ୍ୟ ଗୃହମନ୍ତ୍ରୀଙ୍କ ଜିଲାରେ ମହିଳା ଅସୁରକ୍ଷିତ: କଂଗ୍ରେସ 

ନର୍ଲା: ନବମ ଶ୍ରେଣୀରେ ଅଧ୍ୟୟନରତ ଏକ ଛାତ୍ରୀ ପ୍ରତି ଅନ୍ୟାୟ ଓ ଅସଦାଚରଣ କରି ଚମ୍ପଟ ମାରିଥିବା ଏକ ଶିକ୍ଷକଙ୍କ ଘଟଣା ଏବେ ଲୋକ ଲୋଚନକୁ ଆସିଛି। କଳାହାଣ୍ଡି ଜିଲାରୁ ନିର୍ବାଚିତ ବିଧାୟକ ଦିବ୍ୟଶଙ୍କର ମିଶ୍ର ଆଜି ରାଜ୍ୟର ଗୃହ ରଷ୍ଟ୍ର ମନ୍ତ୍ରୀ ଥିବା ସତ୍ୱେ ଜିଲାରେ ଏଭଳି ଅଭାବନୀୟ ଘଟଣାକୁ ତୀବ୍ର ନିନ୍ଦା କରିଛି କଳାହାଣ୍ଡି ଜିଲା କଂଗ୍ରେସ।
ସୂଚନାନୁଯାୟୀ ମ.ରାମପୁର ବ୍ଲକ ବାରବନ୍ଧାସ୍ଥା ବେଲପଡା ଉଚ୍ଚ ପ୍ରଥାମିକ ବିଦ୍ୟାଳୟର ନବନ ଶ୍ରେଣୀର ପଢୁଥିବା ଜଣେ ଛାତ୍ରୀକୁ ସେହି ବିଦ୍ୟାଳୟରେ ଚୁକ୍ତିଭିତିକ ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜ ଗତ ୭ ତାରିଖ ରବିବାର ଦିନ ସଂଧ୍ୟାରେ ଘରକୁ ଆସି ଫୁସୁଲେଇ ୧୦ଟା ୪୦ ମିନିଟରେ ପଲମକୁ ନେଇଥିଲା। ସେଠାରେ ରଖି ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିବା ପରେ ନିଜର ବାଇକ୍‌ରେ ଭୂବନେଶ୍ୱରକୁ ନେଇଥିଲା। ସଂପୃକ୍ତ ଶିକ୍ଷକଙ୍କ ଘର ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଅନ୍ତର୍ଗତ ବଡକୁମାରୀ ପଞ୍ଚାୟତାଧିନ ହରିକେଶରପୁର ଅଟେ। ତେବେ ସଂପୃକ୍ତ ରସିକିଆ ଶିକ୍ଷକ ଗତ ୯ତାରିଖରେ ଘରକୁ ଯିବା କହି ହାଇଟେକ୍ ବସରେ ଝିଅକୁ ଏକାକୀ କଳାହାଣ୍ଡି ପଠାଇଦେଇଥିଲେ। ଏଥି ମଧ୍ୟରେ କିଶୋରୀର ବାପା-ମା ଝିଅକୁ ଖୋଜାଖୋଜି କରି କେଉଁଠି ନ ପାଇବା ପରେ ମ.ରାମପୁର ଥାନାରେ ଗତ ୮ ତାରିଖରେ ଝିଅ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ଝିଅ ପାଖରେ ସଂପୃକ୍ତ ଅଭିଯୁକ୍ତ ଶିକ୍ଷକର ଆଧାର କାର୍ଡ୍ ରହିଛି। ତେବେ ବାପା-ମାକୁ ଯୋଗାଯୋଗ କରିବା ପରେ ପୁଲିସ ଯାଇ ଝିଅକୁ ପଲମରୁ ଉଦ୍ଧାର କରିଥିଲା।

 

- Advertisement -

ଏହାକୁ ନେଇ ଆଜି ଜିଲା କଂଗ୍ରେସ କମିଟିର ଏକ ସ୍ୱତନ୍ତ୍ର ଦଳ ସଂପୃକ୍ତ ଝିଅର ଘରକୁ ଯାଇ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଜିଲାରେ ଆଜି ମହିଳା ଅସୁରକ୍ଷିତ। ଏକ ନିରୀହ ଝିଅର ସରଳତାର ସୁଯୋଗ ନେଇ ରସିକିଆ ଶିକ୍ଷକ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ସ୍ଥାପନ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାରେ ତୁରନ୍ତ ଆସାମୀକୁ ତୁରନ୍ତ ଗିରଫ କରି ଉଚିତ୍ ଦଣ୍ଡ ବିଧାନ କରିବା ପାଇଁ କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦାବୀ କରିଛି। ନଚେତ ଆଗାମୀ ଦିନରେ ଥାନା, ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଓ କରିବା ସହ ଜିଲାକୁ ଅଚଳ କରିଦିଆଯିବ ବୋଲି କଳାହାଣ୍ଡି ଜିଲା କଂଗ୍ରେସ କମିଟି ଚେତାବନୀ ଦେଇଛି। ସଭାପତି ଭାରତ ଭୂଷଣ ବେମାଲ, ଉପ-ସଭାପତି ଦେବୀ ପ୍ରସାଦ ସିନ୍ଦୁର, ବରିଷ୍ଠ ଆଦିବାସୀ ନେତା ପରମାନନ୍ଦ ମାଝୀ, ବ୍ରଜ ସାହୁ ସଂପାଦକ ଜିଲା କଂଗ୍ରେସ କମିଟି, ଟାଉନ୍ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସରୋଜ ବାଗ, ମହମ୍ମଦ ସାହେବ ରାଜ୍ୟ ଯୁବ କଂଗ୍ରେସ ସଭାପତି, ପ୍ରିତମ ବେହେରା ଟାଉନ୍ କଂଗ୍ରେସ କମିଟି ପ୍ରମୁଖ ରାଜ୍ୟ ସରକାରଙ୍କ ନୀତି ପ୍ରତି କଟୁ ସମାଲୋଚନା କରିଛନ୍ତି। ଅଭିଯୁକ୍ତ ଶିକ୍ଷକ ବର୍ତ୍ତମାନ ସୁଦ୍ଧା ଠାବ ହୋଇନଥିବା ବେଳେ ପୁଲିସର ସ୍ୱତନ୍ତ୍ର ଟିମ୍ ସଂପୃକ୍ତ ଶିକ୍ଷକକୁ ଗିରଫ କରିବା ପାଇଁ ଖୋର୍ଦ୍ଦା ଯାଇଥିବା ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories