www.samajalive.in
Friday, December 12, 2025
27.1 C
Bhubaneswar

ଗରିବ ଲୋକଙ୍କ ହୃଦୟ ବୁଝିବାରେ ପଣ୍ଡିତ ଗୋପବନ୍ଧୁ ଆମ ସମସ୍ତଙ୍କ ପାଇଁ ଆଦର୍ଶ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ଵ ଗ୍ରହଣ ପରେ ଆଜି ପ୍ରଥମ ଥର ପାଇଁ କଟକ ଗସ୍ତ କରି ପୂଜ୍ୟ ପୂଜାର ଧାରା ଜାରୀ ରଖିଛନ୍ତି। ବକ୍ସି ବଜାର ସ୍ଥିତ ସମାଜ ଅଫିସ୍ ସ୍ଥିତ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ସେ କହିଥିଲେ ଯେ ଗରିବ ଲୋକଙ୍କ ହୃଦୟ ବୁଝିବାରେ ପଣ୍ଡିତ ଗୋପବନ୍ଧୁ ଆମ ସମସ୍ତଙ୍କ ପାଇଁ ଆଦର୍ଶ । ସେ କ୍ୟାଣ୍ଟନମେଣ୍ଟ ଛକ ସ୍ଥିତ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ମଧୁ ବାବୁଙ୍କ ଆଦର୍ଶରେ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵଭିମାନର ସୁରକ୍ଷା ପାଇଁ ନୂଆ ସରକାର ପ୍ରତିବଦ୍ଧତା ର ସହ କାମ ଆରମ୍ଭ କରିଛି ବୋଲି ସେ କହିଥିଲେ।

- Advertisement -

କଟକର ଓଡ଼ିଆ ବଜାର ଠାରେ ନେତାଜୀ ଜନ୍ମ ପୀଠ ପରିଦର୍ଶନ କରି ସେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ନେତାଜୀ ମ୍ୟୁଜିଅମ୍ ପରିଦର୍ଶନ କରି ତାଙ୍କ ବାଲ୍ୟକାଳର ବ୍ୟବହୃତ ଦ୍ରବ୍ୟ ଗୁଡ଼ିକ ଦେଖିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀଙ୍କ ଜନ୍ମ ସ୍ଥାନକୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର କଥା।ଦେଶର ସ୍ବାଧୀନତାରେ ନେତାଜୀଙ୍କ ଅବଦାନ ଏ ଜାତିକୁ ଯୁଗ ଯୁଗ ପାଇଁ ପ୍ରେରଣା ଦେଉଥିବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ କଟକର ଯେଉଁ ସବୁ କାମ ଅଧୁରା ରହିଛି ଯାହାବି ସମସ୍ୟା ରହିଛି ତାକୁ ଅନୁଧ୍ୟାନ କରି ଖୁବ୍ ଶିଘ୍ର ନୂଆ ଯୋଜନା ମାଧ୍ୟମ ରେ କାମ କରାଯିବ । ଯୋଜନାବଦ୍ଧ ଭାବେ ଓଡ଼ିଶା ର ୫୦ ବର୍ଷ ର ବିକାଶ କାମ ୫ ବର୍ଷ ଭିତରେ ତ୍ୱରାନ୍ୱିତ ହେବ ।

ଗତି ରାଉତ ପାଟଣା ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସଂଘ ଶିକ୍ଷା ବର୍ଗର ସମାରୋପ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଓ ବିଧାୟକ ମାନେ ଯୋଗ ଦେଇଥିଲେ। ଫେରିବା ବାଟ ରେ ମୁଖ୍ୟମନ୍ତ୍ରୀ ତୁଳସୀପୁର ତଳ ସାହି ଠାରେ ଗାଡ଼ି ଅଟକାଇ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ।

ପରେ ସେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନ କୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ସମୀର ଦେଙ୍କୁ ଭେଟିଥିଲେ ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories