www.samajalive.in
Friday, December 12, 2025
15.1 C
Bhubaneswar

ରାୟବରେଲି ଆସନ ରଖିବେ ରାହୁଲ, ଓ୍ବାଇନାଡରୁ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ଓ୍ବାଇନାଡ ଲୋକସଭା ଆସନ ଛାଡିବେ ଏବଂ ଉତ୍ତର ପ୍ରଦେଶର ରାୟବରେଲିର ପ୍ରତିନିଧିତ୍ବ କରିବେ । ରାହୁଲ ଗାନ୍ଧୀ ଛାଡିବା ପରେ ଓ୍ବାଇନାଡ ଲୋକସଭା ଆସନରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢିବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ଏହି ସୂଚନା ଦେଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି କି ‘ରାହୁଲ ଗାନ୍ଧୀ ୨ଟି ଲୋକସଭା ଆସନରୁ ଜିତିଛନ୍ତି । କିନ୍ତୁ ଆଇନ ଅନୁସାରେ ତାଙ୍କୁ ଗୋଟିଏ ସିଟ୍ ଛାଡିବାକୁ ପଡିବ । ରାହୁଲ ରାୟବରେଲି ଆସନ ନିଜ ପାଖରେ ରଖିବେ ଏବଂ ଆମେ ନିଷ୍ପତ୍ତି ନେଇଛୁ କି ପ୍ରିୟଙ୍କା ଓ୍ବାଇନାଡରୁ ନିର୍ବାଚନ ଲଢିବେ ।’ କହିରଖୁଛୁ ଏନେଇ ବୈଠକ ବସିଥିଲା ଏବଂ ଏହି ସମୟରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପାର୍ଟି ମହାସଚିବ ବେଣୁଗୋପାଳ ଏବଂ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ ।

- Advertisement -

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୨୪ ସାଧାରଣ ନିର୍ବାଚନରେ ୨ଟି ଲୋକସଭା ଓ୍ବାଇନାଡ ଏବଂ ରାୟବରେଲିରୁ ବିଜୟ ହାସଲ କରିଥିଲେ । ଏହା ପରେ ସେ କେଉଁ ଆସନ ରଖିବେ ସେନେଇ କଳ୍ପନା ଜଳ୍ପନା ଚାଲିଥିଲା । କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories