www.samajalive.in
Friday, December 12, 2025
27.1 C
Bhubaneswar

ବୋଲେରୋ ଧକ୍କାରେ ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ, ୪ ଘଣ୍ଟା ଅନ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଆଡାସିପଡା ପଞ୍ଚାୟତ ବଡଭୁଇଁ ନିକଟରେ ସନ୍ଧ୍ୟା ସମୟରେ ଏକ ବୋଲେରୋ ଗାଡ଼ି ଧକ୍କାରେ ଇଲେକ୍ଟ୍ରିକ୍ ଖୁଣ୍ଟ ଭାଙ୍ଗି ଯାଇଛି । ସୂଚନା ପ୍ରକାରେ ଆଖି ଅପରେସନ ପାଇଁ ଲୋକମାନଙ୍କ ପାଖକୁ ଆସିଥିବା ଏକ ବୋଲେରୋ ଆଡାସିପଡା ଆଡୁ ଫୁଲବାଣୀ ଯାଉଥିବା ସମୟରେ ବଡଭୁଇଁଠାରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ଫଳରେ ଖୁଣ୍ଟ ଭାଙ୍ଗି ଯାଇଛି । ଯାହା ଫଳରେ ପ୍ରାୟ ଚାରି ଘଣ୍ଟା ଅଞ୍ଚଳରେ ବିଦ୍ୟୁତ୍ ବନ୍ଦ ହୋଇ ଯାଇଥିଲା ।  ବୋଲେରୋଟି ଧକ୍କା ଦେଇ ଫେରାର ହୋଇଯାଇଛି। ବଲସକୁମ୍ପା ବିଜେପି ମଣ୍ଡଳ ସଭାପତି ମନୋଜ ବେହେରା ଓ ଯୁବ ମୋର୍ଚ୍ଚା ଦେବାଶିଷ ସାହାଣୀ ଏହି ଖବର ବିଦ୍ୟୁତ୍ କାର୍ଯ୍ୟାଳୟକୁ ଦେବା ପରେ କର୍ମଚାରୀମାନେ ଆସି ନୂତନ ଖୁଣ୍ଟ ପୋତିଥିଲେ । ପରେ ବିଦ୍ୟୁତ୍ ସରବରାହ ଆରମ୍ଭ ହୋଇଥିଲା ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories