ଠାକୁରମୁଣ୍ଡା: ଘଟଣା ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକ ଡ଼ଙ୍ଗାଡିହା ଗ୍ରାମ ବଙ୍ଗାଳି ସାହିରେ। ଠିକ ୧୦ଟା ବେଳକୁ ସ୍କୁଲ ଛୁଟି କରିଦେଇ ଚାଲିଯାଇଥିଲେ ପ୍ରଧାନ ଶିକ୍ଷକ। ପିଲା ଫେରିଯାଉଥିଲେ ଘରକୁ। ଏଭଳି ଅଭାବନୀୟ ଘଟଣା ଜଣାପଡିବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି। ଚମ୍ପାଝର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଡିହା ଗ୍ରାମରେ ଅଛି ବଙ୍ଗାଳି ସାହି ପ୍ରାଥମିକ ବିଦ୍ୟାଳୟ। ଜାଗାଟି ନଦୀର ଅପର ପାର୍ଶ୍ୱରେ। ପୁଣି ଶିକ୍ଷକ ଅଛନ୍ତି ସେ ଅଞ୍ଚଳକୁ ଲାଗିଥିବା କପ୍ତିପଦା, ଉଦଳା ଅଂଚଳରୁ। ଫଳରେ ଆସିଲେ ଗଲେ ଜାଣିବାକୁ କେହି ନାହିଁ। ସ୍କୁଲରେ ଅଛନ୍ତି ୬୯ ଛାତ୍ର ଛାତ୍ରୀ।
ସିଆରସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସୂଚନା ଅନୁସାରେ ପ୍ରଧାନଶିକ୍ଷକ ସ୍କୁଲକୁ ଯାଉଥିବା ୧୦ଟା ଆଗରୁ କହିଥିଲେ। ସ୍କୁଲରେ ପହଞ୍ଚିଲେ ଫୋନ ସଂଯୋଗ ହୁଏ ନାହିଁ। ତେଣୁ ସେ ଭାବିଲେ ସ୍କୁଲ ଠିକ ଚାଲୁଛି। କିନ୍ତୁ ବାସ୍ତବ ସ୍ଥିତି ଥିଲା କିଛି ଭିନ୍ନ। ଶିକ୍ଷକ ଜଣେ ହେଲେ ଉପସ୍ଥିତ ନଥିବା ସମ୍ପର୍କରେ ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ସାମ୍ବାଦିକଙ୍କ ପାଖରୁ ହେଲେ ବୋଲି କହିଲେ। ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଲେ।



