www.samajalive.in
Sunday, December 7, 2025
26.1 C
Bhubaneswar

ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ରେଞ୍ଜର ଗୌଡିଆବାହାଳି ଗ୍ରାମରେ ଶୁକ୍ରବାର  ସକାଳେ ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ , ଗ୍ରାମର ଗୋପୀନାଥ ମହାନ୍ତ ଓ ତାଙ୍କ ସ୍ତ୍ରୀ ବୀଣାପାଣି ଗ୍ରାମ ନିକଟରେ ତାଙ୍କ ଜମିରେ ଥିବା ମହୁଲ ଗଛ ନିକଟରୁ ମହୁଲ ଫୁଲ ଗୋଟାଇବାକୁ ସକାଳ ପ୍ରାୟ ୬ଟା ସମୟରେ ଯାଉଥିବା ସମୟରେ ଜଙ୍ଗଲରେ ଥିବା ଏକ ଭାଲୁ ସମ୍ମୁଖରେ ହଠାତ ପଡି ଯାଇଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କୁ ଦେଖି ଭାଲୁ ଅତର୍କିତ ଭାବରେ ଆକ୍ରମଣ କରି ଥିଲା। ପରେ ଗ୍ରାମବାସୀଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଭାଲୁ ଆକ୍ରମଣରେ ସ୍ତ୍ରୀ ବୀଣାପାଣି ଙ୍କ ମୁଣ୍ଡ, କାନ, ପେଟରେ ଗଭୀର କ୍ଷତ ହୋଇ ଯାଇଥିବା ବେଳେ ଗୋପୀନାଥଙ୍କ ଗୋଡ଼ ଓ ହାତରେ କ୍ଷତ ହୋଇଛି। ଗୋପିନାଥ ଗରୀବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାୟତା ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories