ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ୧ ନମ୍ବରୱାର୍ଡ଼ ଗୋଲେଇ ଛକ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଘର ଉପରେ ଶନିବାର ରାତିରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ପାଖାପାଖି ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଚୋରା ବିଦେଶୀ ମଧ ସହିତ ମାଲିକ ସତ୍ୟଜିତ ସାହୁଙ୍କୁ ଗିରଫ କରିଛି ।
ବର୍ତ୍ତମାନ ମହାମାରୀ କରୋନା ପାଇଁ ସାରା ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସେହିପରି ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ମାନଙ୍କୁ ମଧ୍ୟ ସିଲ କରିଛି ପ୍ରଶାସନ । ତେବେ ଏତେ ସବୁ ପରେ ମଧ୍ୟ କରଞ୍ଜିଆ ଵିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷଙ୍କ ବଡଭାଇ ସତ୍ୟଜିତ ସାହୁ ପ୍ରଶାସନ ଆଖିରେ ଧୂଳି ଦେଇ ଏକ ମାର୍କେଟ କମ୍ପ୍ଲେକ୍ସ ଘରେ ପାଖାପାଖି ୪୦୦ରୁ୫୦୦ପେଟି ବିଦେଶୀ ମଦ ରଖିଥିଲେ। ଯାହାର ଅନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ଏଇ ଲକ ଡାଉନ ସମୟରେ ଗ୍ରାମାଞ୍ଚଳର ଚୋରା ବିକ୍ରି କରୁଥିବା ବେପାରୀ ମାନଙ୍କୁ ଚଢା ଦରରେ ବିଦେଶୀ ମଦ ଯୋଗାଉଥିବା ଖବର ପାଇ କରଞ୍ଜିଆ ଉପ-ଜିଲ୍ଲାପାଳ ଦୁଃଖବନ୍ଧୁନାୟକ , ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ, କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ, କରଞ୍ଜିଆ ଅବକାରୀ ଇନ୍ସପେକ୍ଟର କ୍ଷିତିଶ ଦାସ, କରଞ୍ଜିଆ ଥାନା ଅଧିକାରିଣୀ ସୋରଜିନୀ ସିଂ ସମେତ ଅନ୍ୟାନ୍ୟ କର୍ମଚାରୀ ଅତର୍କିତ ଭାବେ ଗୋଲେଇ ଛକ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଉପର ଚଡାଉ କରିଥିଲେ । ଚଢାଉ ସମୟରେ ବିଦେଶୀ ମଦ ସହିତ ଅଭିଯୁକ୍ତ ସାହୁଙ୍କୁ ଅଟକ ରଖି ଅଧିକା ପଚରାଉଚରା କରୁଛି ପୁଲିସ । ତେବେ ଲକଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାର ସୁଯୋଗ ନେଇ ନିଜର ସ୍ୱୀକୃତିପ୍ରାପ୍ତ ମଦ ଦୋକାନରୁ ଚଞ୍ଚକତାକରି କିପରି ଏତେ ମାତ୍ରାରେ ବିଦେଶୀ ମଦ ରଖି ପାରିଲେ ତାହା ଏବେ ସନ୍ଦେହ ଘେରରେ । ତେବେ ଏତେ ସବୁ ଘଟଣା ଜଣେ ପୂର୍ବତନ ଏନ.ଏ.ସି ଅଧ୍ୟକ୍ଷଙ୍କ ଭାଇର ହୋଇଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ତାଙ୍କ ବିରୁଦ୍ଧରେ ପୁଳିସ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବା ପାଇଁ ବାକି ରହିଲା।



