www.samajalive.in
Saturday, December 6, 2025
15.1 C
Bhubaneswar

ସ୍ବାସ୍ଥ୍ୟ କେନ୍ଦ୍ରରେ ଡିୟୁଟିରେ ନାହାନ୍ତି ଡାକ୍ତର ; ଦୁର୍ଘଟଣାରେ ଆହତ ରୋଗୀ କଲେ ଦୁଇ ଘଣ୍ଟା ଅପେକ୍ଷା

ଠାକୁରମୁଣ୍ଡା : ଦୁର୍ଘଟଣାରେ ପରେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଆହତଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଭଲିଆଡାଳ ଗ୍ରାମପଞ୍ଚାୟତର ଜମୁବାଣୀ ଗ୍ରାମର ଜିଙ୍ଗି ମୁଣ୍ଡୁରୀ(୧୭) ଓ ତାଙ୍କର ପରିବାର ସଦସ୍ୟ ମାନେ ଏକ ଆମ୍ବୁଲାନ୍ସ ଯୋଗେ କଟକ ରୁ ଘରକୁ ଫେରୁଥିଲେ। ସେମାନେ ଆସିଥିବା ଆମ୍ବୁଲାନ୍ସ ଟି ସେମାନଙ୍କୁ ମହୁଲଡିହା ନିକଟରେ ଓହ୍ଲାଇ ଦେଇ ପଳାଇ ଯାଇଥିଲା। ଏଣୁ ସେମାନେ ଏକ ଓଟୋ ସାହାଯ୍ୟରେ ଘରକୁ ଫେରୁଥିବା ସମୟରେ ବାଟରେ ଓଟୋ ଟି ଓଲଟି ପଡିଥିଲା। ଓଟୋରେ ଥିବା ଜିଙ୍ଗି ମୁଣ୍ଡୁରୀ, ସବିତା ସମାଡ଼ (୨୨), ଗାନର ମୁଣ୍ଡୁରୀ (୪୦ )ଆହତ ହୋଇ ଚିକିତ୍ସା ପାଇଁ ସେମାନେ ଦିନ ପ୍ରାୟ ୪ ଟା ସମୟରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ । ମାତ୍ର ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ସେମାନଙ୍କୁ ଚିକିତ୍ସା କରିବାକୁ ଜଣେ ମଧ୍ୟ ଡାକ୍ତର ନଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ସେମାନେ ଅପେକ୍ଷା କରିବା ପରେ ଏବଂ ଏହି କଥା ଜଣାପଡିବା ପରେ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଫୋନ କରିବାରୁ ସେ ବାରିପଦା ଯିବା ପାଇଁ କହିଥିଲେ। ପରେ ଡିୟୁଟିରେ ନଥାଇ ଜଣେ ଡାକ୍ତର ଏହା ଜାଣି ଆହତ ମାନଙ୍କୁ ଚିକିତ୍ସା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ଆହତମାନେ ଭର୍ତ୍ତି ହେଉଥିବା ବେଳେ ଏପରି ଜରୁରୀକାଳୀନ ସେବା ପାଇଁ ଡାକ୍ତରଖାନାରେ ଜଣେ ମଧ୍ୟ ଡାକ୍ତର ଡିୟୁଟିରେ ନ ରହିବା ସାଧାରଣରେ ଅସନ୍ତୋଷ ଦେଖିଦେଇଛି । ତେବେ ଏବିଷୟ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ଦିବାକର ମାଝୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ଉଠାଇନଥଗଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories