www.samajalive.in
Sunday, December 14, 2025
26.1 C
Bhubaneswar

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୨ ମୃତ , ଜଣେ ଗୁରୁତର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନଂ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନାଳ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବରଯାତ୍ରୀ ନେଇ ଫେରୁଥିବା ସମୟରେ ଗୋଟିଏ ବୋଲେର ଗାଡି ରାସ୍ତାକଡ ଗଛରେ ପିଟି ହୋଇ ଯିବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ତାହା ସହ ଗାଡିର ଡ୍ରାଇଭର ଗୁରୁତର ଥିବାର ଜଣା ପଡ଼ିଛି। ଅନ୍ୟ କେତେକ ଯାତ୍ରୀ ଆହତ ହୋଇଥିବା ମଧ୍ୟ ସୂଚନା ମଳିଛି । ଦୁର୍ଘଟଣା ପରେ ସମସ୍ତଙ୍କୁ ରାତି ପ୍ରାୟ ୩ଟା ବେଳେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୨ ଜଣକୁ ମୃତ ଘୋଷଣା କରିଥିଲେ। ମୃତକ ୨ ଜଣ ହେଲେ ଠାକୁରମୁଣ୍ଡା ବ୍ଲକ ଧାତିକିଡ଼ିହା ଗ୍ରାମପଞ୍ଚାୟତ ଗୋଡ଼ଭଙ୍ଗା ଗ୍ରାମର କ୍ଷେତ୍ରବାସୀ ମହାରଣା (୩୫), ଓ କୁଳମଣି ମହାରଣା (୫୫) ବୋଲି ଜଣାଯାଇଛି । ଗୁରୁତର ଥିବା ବୋଲେର ଡ୍ରାଇଭର ସାତକୋଶିଆ ଗ୍ରାମର ପ୍ରଶାନ୍ତ କୁମାର ପତିଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଯେ ଗୋଡ଼ଭଙ୍ଗା ଗ୍ରାମରୁ ବର ନେଇ ବରଯାତ୍ରୀ ଦଳ ଶୁକୃଳି ବ୍ଲକ ଅନ୍ତର୍ଗତ ଭାଲିଆ ସାହିକୁ ଯାଇ ବାହାଘର ସାରି ବରଯାତ୍ରୀ ଦଳ ବୋଲେର ଗାଡି ନଂ (ଓଡ଼ି ୦୨ ବିଡ଼ି ୬୨୭୨) ଯୋଗେ ଗୋଡ଼ଭଙ୍ଗା ଫେରୁଥିବା ସମୟରେ ରାତି ପ୍ରାୟ ୨ଟା ସମୟରେ ଗଛରେ ପିଟି ହୋଇ ଗାଡି ଭିତରେ ଚାପି ହୋଇ ଜଣେ ଯାତ୍ରୀ ରହି ଯାଇଥିଲେ । ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ  ପୁଲିସ ପହଞ୍ଚି ଚାପି ହୋଇ ରହି ଯାଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର ସହ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ସହ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଠାକୁରମୁଣ୍ଡା ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପଠାଇଥିବା ଜଣାପଡିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories