www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ

ହରଭଙ୍ଗା:  ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏନସର ବାର୍ଷିକ ସାଧାରଣ ବୈଠକ ପୁରୁଣାକଟକସ୍ଥିତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଲମ୍ବୋଦର ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିବାସହ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ସଭାପତି ଯୁଗଳ କିଶୋର ସାମଲ ସଭାରେ ସଭାପତିତ୍ୱ କରିଥିଲେ । ଏହି ବାର୍ଷିକ ସାଧାରଣ ବୈଠକରେ ଅନେକ ସାଙ୍ଗଠାନିକ ନିଷ୍ପତ୍ତି ନିଆଯିବାସହ ଜିଲ୍ଲାରେ କ୍ରିକେଟ ଖେଳର ଉନ୍ନତି ପାଇଁ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଭୈରବୀକ୍ଲବ ପୁରୁଣାକଟକର କର୍ମକର୍ତ୍ତା ଜିଲ୍ଲା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରିକେଟର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଅନ୍ତରୀଣ କମିଟି ସଦସ୍ୟ ଦିବ୍ୟଶଙ୍କର ରାଉତ, ଉପ-ସଭାପତି ନିରଞ୍ଜନ ମେହେର, କାର‌୍ୟ୍ୟକାରୀ କମିଟି ସଦସ୍ୟ ପ୍ରଦୀପ କୁମାର ଡାଙ୍ଗ, ଅଜମତ୍ ଖାନ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜିର ବୈଠକରେ ଜିଲ୍ଲାକ୍ରିକେଟ ଆସୋସିଏସନର ବହୁ ବରିଷ୍ଠ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାଶେଷରେ ଉପ-ସଭାପତି ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories