ଦୁଇ ସପ୍ତାହ ପରେ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଖେଳାଳି

0

prayash

ବ୍ୟାଙ୍କକ୍ : ଅକ୍ଳାନ୍ତ ପରିଶ୍ରମ ଓ ନିରବଛିନ୍ନ ଉଦ୍ୟମ  ପରେ ଥାଇଲାଣ୍ଡର ଏକ ଗୁମ୍ଫାରେ ୨ ସପ୍ତାହ ଧରି ଫସିଥିବା ୧୨ ଜଣ ଜୁନିୟର ଫୁଟବଲ ଖେଳାଳି ଓ ତାଙ୍କର କୋଚଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ୧୩ ବିଦେଶୀ ବୁଡାଳି ଏବଂ ଥାଇଲାଣ୍ଡ ନୌବାହିନୀର ୫ ବୁଡାଳି ଅଦମ୍ୟ ସାହସ ଓ ଧୈର୍ଯ୍ୟର ସହିତ ପ୍ରଚେଷ୍ଟା ଜାରି ରଖିବା ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି।  ଏହି ଖେଳାଳିଙ୍କୁ  ବଞ୍ଚାଇବା ପାଇଁ  ବିଭିନ୍ନ ପର୍ଯ୍ୟାୟରେ ଜୋରଦାର ଉଦ୍ୟମ କରାଯାଇଥିଲା । ତେବେ ପ୍ରତ୍ୟେକ ପିଲାଙ୍କୁ ବାହାରକୁ ଆଣିବା ପାଇଁ ଦୁଇ ଜଣ  ପ୍ରଶିକ୍ଷିତ ବୁଡାଳିଙ୍କୁ ନିୟୋଜିତ କରାଯାଇଛି।

ତେବେ ସମସ୍ତଙ୍କୁ ଗୁମ୍ଫାରୁ ବାହାର କରିବା ପାଇଁ ୨ ରୁ ୪ ଦିନର ସମୟ ଲାଗିପାରେ ବୋଲି ମିଶନର ମୁଖ୍ୟ କହିଛନ୍ତି।  ଏହି ମିଶନରେ ଜଣେ ଆର୍ମି କମାଣ୍ଡରଙ୍କୁ ସାମିଲ କରାଯାଇଛି।  ତେବେ ଯଦି  ପୁଣି ଥରେ ବର୍ଷା ହୁଏ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେବ। ପାଣିପାଗ ବିଭାଗ ସଂପୃକ୍ତ ଅଞ୍ଚଳରେ ବର୍ଷା ହେବା ନେଇ  ଚେତାବନୀ ଜାରି କରିଛି।

 

 

kalyan agarbati
Leave A Reply