www.samajalive.in
Friday, December 12, 2025
27.1 C
Bhubaneswar

ଭାରତୀୟ ସେନାକୁ ଭୟ; ଲଞ୍ଚ ପ୍ୟାଡ୍‌କୁ ଆସିବାକୁ ଡରୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶକାରୀ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା କଡ଼ା ପଦକ୍ଷେପ ଗ୍ରହଣ କରୁଛି। ଏହାର ପ୍ରଭାବ ଏଲଓସିରେ ଦେଖିବାକୁ ମିଳିଛି। ଭାରତୀୟ ଯବାନଙ୍କୁ ଆତଙ୍କବାଦୀମାନେ ଏତେ ଭୟ କରୁଛନ୍ତି ଯେ, ଅନୁପ୍ରବେଶ ପାଇଁ ସୀମା ଆରପଟେ ଥିବା ଲଞ୍ଚପ୍ୟାଡ୍‌କୁ ଆସିବାକୁ ଡରୁଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା କଷ୍ଟକର ହୋଇପଡ଼ିଛି।

ସୀମା ଆରପଟେ ଲଞ୍ଚ ପ୍ୟାଡ୍‌ରେ ନୂଆବର୍ଷରେ ଆତଙ୍କବାଦୀଙ୍କ ସଂଖ୍ୟାରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ବୋଲି ଭାରତୀୟ ସେନାର ଏକ ରିପୋର୍ଟରୁ ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ଗତ ଜାନୁୟାରୀ ମାସରେ ଲଞ୍ଚ ପ୍ୟାଡ୍‌ରେ ୧୦୮ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଥିଲା। ଜାମ୍ମୁ ସୀମା ସମ୍ମୁଖ ଅପରପାର୍ଶ୍ଵରେ ୧୦୩ ଏବଂ କାଶ୍ମୀର ଘାଟିରେ ସକ୍ରିୟ ଲଞ୍ଚପ୍ୟାଡ୍‌ରେ କେବଳ ୫ ଆତଙ୍କୀ ରହିଥିଲେ।

- Advertisement -

ଭାରତୀୟ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସେନା ଏବଂ ବିଏସଏଫ ଯେଉଁଭଳି ଭାବେ ଆତଙ୍କବାଦୀଙ୍କ ବିରୋଧରେ ଗତମାସରେ ଜୋରଦାର ଅପରେଶନ ଚଳାଇଥିଲେ, ଯାହା ପାକିସ୍ତାନ ସେନା ଏବଂ ଆଇଏସଆଇର ନିଦ ହଜାଇ ଦେଇଥିଲା।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories