www.samajalive.in
Friday, December 12, 2025
27.1 C
Bhubaneswar

ବ୍ଲକରେ ଦୁର୍ନୀତି ଓ ଲାଂଚ କାରବାରକୁ ନେଇ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲା ବିଜେଡି

କଂଟାବାଞ୍ଜି : ତୁରେକେଲା ବ୍ଲକକୁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା, ଲାଂଚ ଓ ଦୁର୍ନୀତି ଅଭିଯୋଗରେ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଗତ ୨୦୧୮ ମସିହା ଅଗଷ୍ଟ ମାସ ୧୮ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରେକେଲା ପଂଚାୟତ ସମିତି ଅଧିନ ୧୯ଟି ଗ୍ରାମପଂଚାୟତର ଜନ ପ୍ରତିନିଧି ଓ ଜନସାଧାରଣଙ୍କର ସହିତ ଅନୁଷ୍ଠିତ ହୋଇଥିବା ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଶାସନିକ ଅତ୍ୟାବଶ୍ୟକ ଖର୍ଚ୍ଚ ସହିତ ୧୫୦ ପ୍ରକଳ୍ପ ପାଇଁ ମୋଟ ଅଟକଳ ୩ କୋଟି ଟଙ୍କା ଅନୁମୋଦନ କରିଥିଲେ। ନବୀନ ସରକାରଙ୍କର ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ତୁରେକେଲା ବିଡିଓ ଆମ ବିକାଶ ମଞ୍ଜୁରୀ ପ୍ରକଳ୍ପକୁ ଅଧିକାଂଶ ପଂଚାୟତରେ କାର୍ଯ୍ୟଆରମ୍ଭ ପାଇଁ ଲେ-ଆଉଟ ଦେବାକୁ ନିର୍ଦ୍ଦେଶ ଦେଉନାହାନ୍ତି। ଏହି ପ୍ରକଳ୍ପ ଗୁଡିକ ସଂପୃକ୍ତ ଗ୍ରାମର ଗ୍ରାମବାସୀ ଙ୍କ ଦ୍ୱାରା କାର୍ଯ୍ୟକରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଥିବାବେଳେ ଗ୍ରାମବାସୀମାନେ ଆଜି ପର୍ଯ୍ୟନ୍ତ ବ୍ଲକକୁ ଦୌଡିବା ସହ ଲିଖିତ ଭାବରେ ଜଣାଉଥିଲେ ମଧ୍ୟ ଲେ-ଆଉଟ ପାଇଁ ବ୍ଲକ ପ୍ରଶାସନ ଅର୍ଡର କରୁନାହାନ୍ତି। ଏହି କାମ ପାଇଁ ଶତକଡା ୫ ପ୍ରତିଶତ ଟଙ୍କା ଲାଂଚ ଦେଲା ପରେ ଲେ-ଆଉଟ ଦେବା ପାଇଁ ଅର୍ଡର କରୁଥିବା ତୁରେକେଲା ବ୍ଲକ ବିଜୁ ଜନତା ଦଳ ଲିଖିତ ଭାବରେ ଗତ ଫେବୃୟାରୀ ମାସ ୨୨ ତାରିଖ ଦିନ ବିଡିଓଙ୍କୁ ଦାବି ପତ୍ର ଦେଇଥିଲେ। ସେହି ପରି ଓଡିଶା ସରକାରଙ୍କର ଆମ ଗାଁ ଆମ ବିକାଶ କାର୍ଯ୍ୟକୁ ଭଣ୍ଡୁର କରିବାକୁ ବର୍ଷ ବର୍ଷ ଗଡାଇ ଚାଲିଛନ୍ତି ଓ ଲାଂଚ କାରବାର କରି ମହାଦୁର୍ନୀତି କରୁଥିବା ଅଭିଯୋଗ କରିଛନ୍ତି। ଗତକାଲି ବ୍ଲକ ସଭାପତି ଆଶାଦୁଲ୍ଲା ଖାନଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ଦାସଙ୍କ ଉପସ୍ଥିତିରେ ଶତାଧିକ ବିଜେଡି କର୍ମୀ ବ୍ଲକ ଘେରାଉ କରିବା ସହ ଆଗାମୀ ସାତ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ଯେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ବ୍ଲକ ପ୍ରଶାସନ ଦାୟୀ ରହିବେ ବୋଲି ବ୍ଲକ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।ପରେ ବିଜେଡି କର୍ମିମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ଦାବି ପତ୍ର ବିଡିଓ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅନୁପସ୍ଥିତରେ ହେଡକ୍ଲର୍କ ଦୟିତ୍ୱରେ ଥିବା ଝରୁଲାଲ ନନ୍ଦ ଙ୍କୁ ଦେଇଥିଲେ। ଏହି ଘେରାଉ ସମୟରେ ଜିଲ୍ଲା ସାଧାରଣ ସଂପାଦକ ରାଜେନ୍ଦ୍ର ବେହେରା ତୁରେକେଲା ବ୍ଲକ ସଂପାଦକ ପ୍ରମୋଦ ମହାପାତ୍ର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ବିଶ୍ୱନାଥ ସାହୁ ବ୍ଲକ ଯୁବ ସଭାପତି ଶଶିଭୁଷଣ ହିଆଁଲ ଛାତୀ ବିଜେଡି ସଂପାଦକ ସିମରନ କୌର ଜିଲ୍ଲା ଯୁବ ସଂପାଦକ ଶାନ୍ତନୁ ବିଭାର ,ବରିଷ୍ଟ ସଦସ୍ୟ କାର୍ତିକେଶ୍ୱର ସାହୁ ଯୁବ ନେତା ଲକ୍ଷ୍ମଣ ପୁଟେଲ ,ବିଜୟ ନାଗ ଲକ୍ଷ୍ମୀ ତ୍ରୀପାଠି  ପବିତ୍ର ହଂସ ବାହାଦୁର ବେହେରା ,ସୁରଜିତ୍ ସିଂ ସାଙ୍ଗା ବନବାସ ସୁନା ହେମପତି ଛତ୍ରୀଆ ,ଜନକ କୁଅଁର ,ସୁରେସ ସେଠ ମୁରଲୀ କୁଅଁର ପ୍ରମୁଖ ଦାବି ପତ୍ରଦେବା ବେଳେ ଉପସ୍ଥିତ ଥିଲେ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories