ଆତଙ୍କବାଦ ସଂଗଠନରେ ଆଇପିଏସ୍‍ଙ୍କ ଭାଇ

0

ଶ୍ରୀନଗର: ଜଣେ ଆଇପିଏସ୍‍ ଅଧିକାରୀଙ୍କ ଭାଇ ହିଜ୍‍ବୁଲ୍‍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ରବିବାର ଦିନ ହିଜ୍‍ବୁଲ୍‍ ମୁଜାହିଦ୍ଦିନ ପକ୍ଷରୁ ଜାରି ଏକ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି। ସଂଗଠନରେ ନୂତନ କ୍ୟାଡରଙ୍କ ଯୋଗଦାନ ଅବସରରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।
ଦକ୍ଷିଣ କଶ୍ମୀରର ଶୋପିଆନ୍‍ ନିବାସୀ ଶାମସୁଲ୍‍ ହକ୍‍ ମେଙ୍ଗନୁ ନାମକ ଏହି ୨୫ ବର୍ଷ ବୟସ୍କ ଯୁବକ ଜାକୁରା ସରକାରୀ ମହାବିଦ୍ୟାଳରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ଗତ ମେ’ ମାସରୁ ସେ ନିଖୋଜ ଥିଲେ। ଭିଡିଓରେ ସେ ଏକ ବନ୍ଧୁକ ଧରି ଥିବାର ଦେଖାଯାଉଛି ଓ ଭିଡିଓ ତଳେ ୨୦୧୮ ମେ’ ୨୫ ତାରିଖ ଲେଖା ଯାଇଛି। ଭିଡିଓରେ ତାଙ୍କ ସାଙ୍କେତିକ ନାମ ରହିଛି ବୁର୍ହାନ ସାନି। ଚଳିତ ବର୍ଷ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଉଚ୍ଚଶିକ୍ଷିତ ଯୁବକଙ୍କ ତାଲିକାରେ ଶାମ୍‍ସୁଲ୍‍ ଚତୁର୍ଥ ବୋଲି ଜଣାପଡ଼ିଛି। ଚଳିତ ବର୍ଷ କଶ୍ମୀରର ପ୍ରାୟ ୫୦ ଶିକ୍ଷିତ ଯୁବକ ହିଜ୍‍ବୁଲ୍‍ରେ ଯୋଗ ଦେଇଛନ୍ତି। ଶାମସୁଲ୍‍ଙ୍କ ବଡ଼ ଭାଇ ଇନାମୁଲ୍‍ ହକ୍‍ ୨୦୧୨ରେ ଆଇପିଏସ୍‍ ବ୍ୟାଚ୍‍ର ଅଧିକାରୀ ଭାବେ ଯୋଗ ଦେଇଥିଲେ।

Leave A Reply