www.samajalive.in
Saturday, December 6, 2025
16.1 C
Bhubaneswar

ଫଳକରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବାରୁ ନୀଳଗିରି ମେଡିକାଲରେ ଉତ୍ତେଜନା

ନୀଳଗିରି: ବାଲେଶ୍ଵର ଜିଲା ନୀଳଗିରି ମେଡିକାଲରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ମେଡିକାଲ ପରିସରରେ ୪ଟି କ୍ୟାବିନ ନିର୍ମାଣ କରାଯାଇଥିଲା। ବୁଧବାର ପୂର୍ବାହ୍ନରେ ଏହାକୁ ଉଦଘାଟନ କରାଯିବାର ଥିଲା। କିନ୍ତୁ ଫଳକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ନ ଥିବାରୁ ତାଙ୍କ ସମର୍ଥକମାନେ ଉତ୍ତେଜିତ ହୋଇ ପଡ଼ିଥିଲେ। ମେଡିକାଲର ଏସଡିଏମଓ ଡ଼ା. ଅଜୟ କୃଷ୍ଣ ସାମଲଙ୍କୁ ପ୍ରତାପଙ୍କ ସମର୍ଥକମାନେ ଘେରାଉ କରିଥିବା ଦେଖିବାକୁ ମିଳିଛି।

ସେପଟେ ଉଦଘାଟନ ସ୍ଥଳକୁ ନିମନ୍ତ୍ରିତ ହୋଇଥିବା ବାଲେଶ୍ଵର ସିଡ଼ିଏମଓ ଡ଼ା. ଦୁଲାଲ ସେନ ଜଗଦେବ, ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା ଓ ଏସଡିଏମଓ ଡ଼ା. ସାମଲ ଅନୁପସ୍ଥିତ ଥିବାବେଳେ କେବଳ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ଉପସ୍ଥିତ ରହି ଏହି କ୍ୟାବିନକୁ ଉଦଘାଟନ କରିଥିଲେ। ଏହାପରେ ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରିଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସମର୍ଥକମାନେ ଉକ୍ତ ଫଳକକୁ ପିଟି ଭାଙ୍ଗି ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ତେବେ ଏହି କ୍ୟାବିନ ଉଦଘାଟନ ପ୍ରସଙ୍ଗରେ ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ଗୋଷ୍ଠୀ ସମର୍ଥନ କରୁଥିବା ବେଳେ ବିଜେପିରୁ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକମାନେ ବିରୋଧ କରୁଥିବା ଯୋଗୁ ନୀଳଗିରିରେ ବିଜେପି ଦି ଫାଳ ହୋଇ ଯାଇଥିବା ଚର୍ଚ୍ଚା ଜୋର ଧରିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories