www.samajalive.in
Friday, December 12, 2025
16.1 C
Bhubaneswar

କେବେ ସୁଧୁରିବ ସଲେଇକେନା-ରୁଗୁଡି ରାସ୍ତା ?

ତେଲକୋଇ: ସର୍ବଦା ଅବହେଳିତ ହୋଇ ରହିଥିବା ତେଲକୋଇ ବ୍ଳକର ବିଭିନ୍ନ ଗ୍ରାମକୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାଟିଏ ନଥିବା ବେଳେ କିଛି ଅଞ୍ଚଳ ରେ ରାସ୍ତା ର ଅବସ୍ଥା ଶୋଚନୀୟ ରହିଛି। ଏଭଳି ଏକ ଶୋଚନୀୟ ରାସ୍ତା ହେଉଛି ସଲେଇକେନା-ରୁଗୁଡି ରାସ୍ତା। ତେଲକୋଇ ବ୍ଲକ ସଲେକେନା ପଞ୍ଚାୟତ ମୁଖ୍ୟାଳୟ ଠାରୁ ରୁଗୁଡି ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ରାସ୍ତାର ଅବସ୍ଥା ବର୍ଷ ବର୍ଷ ଧରି ଅତି ଗୁରୁତର ହୋଇ ପଡିଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ। ସଲେଇକନାର ୫ଟି ଗାଁର ୧୦୦୦ରୁ ଉର୍ଦ୍ଧ୍ବ ଲୋକ ପଞ୍ଚାୟତ ମୁଖ୍ୟାଳୟକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି।

 

- Advertisement -

ସେହିପରି ୩ ଟି ପଞ୍ଚାୟତର ଲୋକେ ଜାତୀୟ ରାଜପଥକୁ ପହଞ୍ଚିବା ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଦୈନିକ ଏହି ରାସ୍ତା ଦେଇ ଶହ ଶହ ଯାନ ବାହନ ଏବଂ ବିଭିନ୍ନ ଜରୁରୀକାଳୀନ ସେବା ଗାଡି ମଧ୍ୟ ଯାତାୟତ କରିଥାନ୍ତି। ବାରମ୍ବାର ପଞ୍ଚାୟତବାସୀ ଏହି ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପାଖରେ ଗୁହାରୀ କରି ନିରାଶ ହୋଇଛନ୍ତି। ଏହି ରାସ୍ତା କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଇ ରାସ୍ତା ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories